ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ : ବିଧାୟକ ଓ ମନ୍ତ୍ରୀଙ୍କ ଚାଲିଛି କରୋନା ପରୀକ୍ଷା

ଏଥର କରୋନା କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ; ରହିବ ଶୁନ୍ୟକାଳ ଓ ପ୍ରଶ୍ନ କାଳ

102

କନକ ବ୍ୟୁରୋ : ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଘୋଷଣା କରାଯାଇଛି  । ତେବେ ଆଜି ବିଧାୟକ ଏବଂ ମନ୍ତ୍ରୀମାନଙ୍କର କରୋନା ଟେଷ୍ଟ କରାଯାଉଛି । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ ।

ମୁଲତବୀ ପ୍ରଶ୍ନ ଉପରେ ଆଲୋଚନା ହେବ । ବିଜେପି ୩ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବେ । ମନ୍ତ୍ରୀ ଠିଆ ହୋଇ ଉତର ରଖିପାରିବେ । ଗୃହ ଭିତରେ କୌଣସି କାଗଜ ଦିଆଯିବ ନାହିଁ । ବିରୋଧିଦଳ ନେତା ମେଡ଼ିକାଲରେ ଥିବାରୁ ସେ ଚାହିଁ ହସ୍ପିଟାଲରୁ ଭିଡ଼ିଓ କନଫରେନ୍ସରେ ରହିପାରିବେ ବୋଲି ପୂର୍ବର ସୁଚନା ରହିଥିଲା ।