କନକ ବ୍ୟୁରୋ : ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଘୋଷଣା କରାଯାଇଛି । ତେବେ ଆଜି ବିଧାୟକ ଏବଂ ମନ୍ତ୍ରୀମାନଙ୍କର କରୋନା ଟେଷ୍ଟ କରାଯାଉଛି । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ ।
ମୁଲତବୀ ପ୍ରଶ୍ନ ଉପରେ ଆଲୋଚନା ହେବ । ବିଜେପି ୩ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବେ । ମନ୍ତ୍ରୀ ଠିଆ ହୋଇ ଉତର ରଖିପାରିବେ । ଗୃହ ଭିତରେ କୌଣସି କାଗଜ ଦିଆଯିବ ନାହିଁ । ବିରୋଧିଦଳ ନେତା ମେଡ଼ିକାଲରେ ଥିବାରୁ ସେ ଚାହିଁ ହସ୍ପିଟାଲରୁ ଭିଡ଼ିଓ କନଫରେନ୍ସରେ ରହିପାରିବେ ବୋଲି ପୂର୍ବର ସୁଚନା ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/15-33.jpg)