କନକ ବ୍ୟୁରୋ : ଆଗକୁ ଝାରସୁଗୁଡା ଉପନିର୍ବାଚନ । ଏନେଇ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡ଼ିଛି । ଝାରସୁଗଡାରେ ଆୟୋଜିତ ରାମନବମୀ ଉତ୍ସବରେ ରାଜନୈତିକ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରିବାର । ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଏଥିରେ ସାମିଲ ହୋଇଥିଲେ । ରାମନବମୀ ଅବସରରେ ଭିନ୍ନ ବେଶରେ ମୁଣ୍ଡରେ ପଗଡି ପିନ୍ଧିବା ସହିତ ଦୀପାଳିଙ୍କୁ ଖଣ୍ଡା ବୁଲାଉଥିବାର ଦେଖିବାକୁ ମିଳିଥିଲା ।