କନକ ବ୍ୟୁରୋ: ଓଡ଼ିଶା ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ରୀୟ ନେତା । ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ଗସ୍ତ କରିଛନ୍ତି ମନ୍ତ୍ରୀ । ଏହାସହ ମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଦିଲ୍ଲୀ ଗସ୍ତରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦିଲ୍ଲୀ ଗସ୍ତ ପରେ ଆଜି ଆଉ କିଛି ମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । କୁହାଯାଉଛି, ପ୍ରଥମ ଥର କରି ରାଜ୍ୟରେ ସରକାର ଗଢିବା ପରେ, ନୂଆ ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତାଙ୍କ ପାଖରୁ ଗୁରୁମନ୍ତ୍ର ନେଉଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଭଳି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ମନ୍ତ୍ରୀ ମାନେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ସହ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟିବେ । ରାଜ୍ୟର ସମସ୍ୟା ନେଇ ଆଲୋଚନା କରିବାସହ ଅନୁଦାନ ଓ ପ୍ରକଳ୍ପକୁ ଆଗେଇ ନେବାକୁ ଆଲୋଚନା କରାଯିବ । ମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଦିଲ୍ଲୀ ଗସ୍ତରେ । ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱାର୍କ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ଓଡିଶାର ଅର୍ଥନୀତି ବିକାଶ ଲାଗି ଯେଉଁ ଲକ୍ଷ୍ୟ ରଖା ଯାଇ ଯୋଜନା କରାଯାଇଛି ସେ ନେଇ ନେତୃତ୍ୱଙ୍କସହ ଆଲୋଚନା କରାଯିବ । ବିଜେପି ସରକାରକୁ ଆସିବା ପରେ ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ଆସନ୍ତା ୧୬ ତାରିଖରେ ବସିପାରେ। ଆଉ ମନ୍ତ୍ରୀମାନେ ଦିଲ୍ଲୀରୁ ଆଣିଥିବା ମନ୍ତ୍ରକୁ ଏହି ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି ।