କନକ ବ୍ୟୁରୋ : ଖଣି ଦୁର୍ନୀତି ଅଭିଯୋଗ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ଅଫିସରଙ୍କ ଭୁଲ ଯୋଗୁଁ ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ କୋଟି ରାଜସ୍ୱ ହରାଇଲା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ।
ପ୍ରଦୀପ୍ତ ନାୟକଙ୍କ ଅଭିଯୋଗ –
ନୂଆ ଖଣି ଆଇନରେ ୨୧ଟି ଖଣି ନିଲାମ କରି ମିଆଦିକୁ ୨୦୧୫ରୁ ୨୦୨୦କୁ ବୃଦ୍ଧି କରାଗଲା
ରୁଙ୍ଗଟା, ସିରାଜୁଦ୍ଦିନ, ଆରିୟନ ମାଇନ୍ସ ନାଁରେ ଭିଜିଲାନ୍ସ ମାମଲା ଥିବା ସତ୍ତେ୍ୱ ନିଲାମରେ ଭାଗ ନେବା ପାଇଁ ସୁଯୋଗ ଦିଆଗଲା
କିଛି ମୁଷ୍ଟିମେୟ ଅଫିସରଙ୍କ ପାଇଁ କୋଟି କୋଟି ଟଙ୍କାର କ୍ଷତି ସହିଲେ ସରକାର
ପ୍ରଦୀପ୍ତ ନାୟକଙ୍କ ସ୍ୱର ସହ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ନରସିଂହ ମିଶ୍ରଙ୍କ ଅଭିଯୋଗ –
ଖଣି ଚୋରି ରୋକିବାରେ ପୋଲିସ-ଭିଜିଲାନ୍ସ ବିଫଳ
ରାଜ୍ୟ ସରକାର ୯ଟି ଖଣିରୁ ୩୬୦୦ କୋଟି ହରାଇଛନ୍ତି
ବିରୋଧୀଙ୍କ ଅଭିଯୋଗର କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । କେନ୍ଦ୍ରର ଆଇନ ଓ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ନିଲାମ କରାଯାଇଛି । ସରକାର କିଛି ତଥ୍ୟ ଲୁଚାଇ ନାହାନ୍ତି । ଖଣି ଲିଜକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ଖଣି ଦୁର୍ନୀତି ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/PHOTA-4.png)