ମେଡିକାଲ ସିଟ ନାଁରେ ୬୦ ଲକ୍ଷ ଚଳୁ : ଠକକୁ ଗିରଫ କଲା ଖଣ୍ଡଗିରି ପୁଲିସ

199

କନକ ବ୍ୟୁରୋ : ମେଡିକାଲ କଲେଜରେ ଆଡମିସନ ନାଁରେ ୬୦ଲକ୍ଷ ଲୁଟ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ କହି ୬୦ଲକ୍ଷ ଟଙ୍କା ଠକି ନେବାର ଅଭିଯୋଗ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଠକ ଜଣଙ୍କ ହେଉଛି ଦେବାଶିଷ ମୁଖାର୍ଜୀ ।

୨୦୧୮ ମସିହାରେ ଭୁବନେଶ୍ୱର ଶତାବ୍ଦୀ ନଗରର ଆଶିଷ ପଟ୍ଟନାୟକଙ୍କ ଠାରୁ ଏହି ଟଙ୍କା ଠକିଥିଲା ଦେବାଶିଷ । ୩ଟି କିସ୍ତିରେ ୬୦ ଲକ୍ଷ ଟଙ୍କା ଠକି ନେଇଥିଲା । ଆଶିଷ ଟଙ୍କା ମାଗି ଥିଲେ ମଧ୍ୟ ଦେବାଶିଷ ତାଙ୍କୁ ଟଙ୍କା ଫେରାଇନଥିଲା । ଶେଷରେ ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଥିଲେ ଆଶିଷ । ଗତକାଲି ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଆଜି ଦେବାଶିଷକୁ କୋର୍ଟ ଚାଲଣ କରାଯିବ । ଦେବାଶିଷ ନାମରେ ଠକେଇର ଲମ୍ବା ତାଲିକା ଥିବା ଜଣାପଡ଼ିଛି । ଏକ ୱେବ ଚ୍ୟାନେଲର ମାଲିକ ବୋଲି ଦେବାଶିଷ ନଜ ପରିଚୟ ଦେଇ କୋଟି କୋଟି ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି ।

Comments are closed.