କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେବ ଓଡିଶା ମିଡିଆ ଆୱାର୍ଡ ସମାରୋହ । ଏହି ସମାରୋହରେ ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ରିପୋର୍ଟ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡିକୁ ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଓ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ କରାଯିବ । ସେଥିପାଇଁ ୧୨ଟି ବର୍ଗରେ ୧୩ଜଣ ବଛାବଛା ସାମ୍ବାଦିକଙ୍କୁ ମନୋନୟନ କରାଯାଇଛି ।

Advertisment

publive-image

ପ୍ରମେୟ ଖବର କାଗଜର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର ଶ୍ରେଷ୍ଠ ସମ୍ପାଦକ, ସରଳ ଦାସ ସ୍ତମ୍ବକାର, କମଳାକାନ୍ତ ଦାସ କାର୍ଟୁନିଷ୍ଟ, ଶ୍ରେଷ୍ଠ ଟେଲିଭିଜନ କାର୍ଯ୍ୟକ୍ରମ ପାଇଁ କନକ ନ୍ୟୁଜର ମନୋରଞ୍ଜନ ମିଶ୍ର ଲାଇଭ୍, ଭବାନୀ ମହାପାତ୍ର ଶ୍ରେଷ୍ଠ ସମ୍ବାଦ ପାଠକ, ପ୍ରିୟରଞ୍ଜନ ସାହୁ-ସାମ୍ବାଦିକ, ରାକ୍ଷୀ ଘୋଷ୍ ସାମ୍ବାଦିକ, ମନୀଷ କୁମାର ସାମ୍ବାଦିକ,ରଶ୍ମୀରଂଜନ ଡୋରା ଓ କିଶାନ ବରେଇ ଗ୍ରାମାଂଚଳ ସାମ୍ବାଦିକତା ,ପ୍ରଫେସର ସୁନୀଲ କାନ୍ତ ବେହେରା ଶ୍ରେଷ୍ଠ ଜନସଂଚାର ଶିକ୍ଷକ ଭାବେ ମନୋନୀତ କରାଯାଇଛି । ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଓଡିଶା ମିଡିଆ ଆୱାର୍ଡ ପ୍ରଦାନ କରାଯାଇଥାଏ ।