କରୋନା ସ୍ଥିତି ନେଇ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ଼ ବୟାନ : ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ; କହିଲେ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

246

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ ଆଶଙ୍କା । ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ । ଡାକ୍ତର ଅଶୋକ ମହାପାତ୍ର ଏହା ସହିତ ଆକଳନ କରିଛନ୍ତି କରୋନା ମୁକାବିଲାରେ ଆମ ରାଜ୍ୟ ପାଇଁ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି , ଓଡିଶାରେ ଆଗକୁ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରିଯିବ ।

ଆଗକୁ ଦେଶରେ ଏହି ଦୈନିକ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଛୁଇଁବା ସଂଭାବନା ରହିଥିବା ମତ ରଖିଛନ୍ତି ବିଶେଷଜ୍ଞ ଡାକ୍ତର । କରୋନାର ଦ୍ୱିତୀୟ ଲହରରେ ନୂଆ ଷ୍ଟ୍ରେନ୍ ଅତି ଭୟଙ୍କର ଭାବେ ବ୍ୟାପୁଥିବା ସେ ସତର୍କ କରାଇଛନ୍ତି । ଏବେ ସଂକ୍ରମଣ ଅଧିକ ହେଲେ ମଧ୍ୟ ମୃତ୍ୟୁ କମ୍ ରହିବ ବୋଲି ସେ ଆକଳନ କରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଏବେଠାରୁ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।