ମାଟ୍ରିକ୍ ଖାତା ମୂଲ୍ୟାୟନ ୨୫ରୁ : ମାଟ୍ରିକ୍ ପାଇଁ ୧୬ହଜାର ୩୦, ମଧ୍ୟମା ପାଇଁ ୧୭୬ ଜଣଙ୍କୁ ଦାୟିତ୍ବ

ମାଟ୍ରିକ୍ ଖାତା ମୂଲ୍ୟାୟନ ୨୫ରୁ : ମାଟ୍ରିକ୍ ପାଇଁ ୧୬ହଜାର ୩୦, ମଧ୍ୟମା ପାଇଁ ୧୭୬ ଜଣଙ୍କୁ ଦାୟିତ୍ବ

କନକ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ମଧ୍ୟମା(ସଂସ୍କୃତ), ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ। ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ମୋଟ ୧୬ହଜାର ୩୦ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୭୬୧ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ ଜଣ ଉପମୁଖ୍ୟ ପରୀକ୍ଷକ, ୧୨ହଜାର ୨୬୫ ଜଣ ସହକାରୀ ପରୀକ୍ଷକ ଓ ୧୫୨୨ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମଧ୍ୟମା ମୂଲ୍ୟାୟନ ପାଇଁ ୧୭୬ ଜଣ ପରୀକ୍ଷକଙ୍କୁ ବୋର୍ଡ ପକ୍ଷରୁ ଦାୟିତ୍ବ ଦିଆଯାଇଛି।

ସମସ୍ତ ପରୀକ୍ଷକ ଆସନ୍ତା ୨୪ ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ବା ସେମାନଙ୍କ ପ୍ରତିନିଧି ୨୪ ତାରିଖ ଅପରାହ୍ଣ ୨ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକଙ୍କ ବୈଠକ ପରିଚାଳନା କରିବା ସହ ଅନୁପସ୍ଥିତ ଥିବା ପରୀକ୍ଷକଙ୍କ ସ୍ଥାନରେ ନୂତନ ପରୀକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ।

୧୦ରୁ ୧୨ଦିନ ମଧ୍ୟରେ ମୂଲ୍ୟାୟନ ସଂପୂର୍ଣ୍ଣ କରିବାକୁ ବୋର୍ଡ ପକ୍ଷରୁ କାର‌୍ୟ୍ୟସୂଚୀ ପ୍ରସ୍ତୁତି ହୋଇଛି। ମୂଲ୍ୟାୟନ ପାଇଁ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଥିବା ବେଳେ ମାଟ୍ରିକ୍ ପାଇଁ ୫୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୧୦ଟି କେନ୍ଦ୍ର ଚୟନ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe