ଛତିଶଗଡ ସୁକମା ଜିଲ୍ଲାରୁ ଆସିଲା ବର୍ଷକ ତଳର ଚିତ୍ର : ଯବାନଙ୍କ ଗୁଳିମାଡରରେ ନିହତ ହୋଇଥିଲେ ୩ ମାଓବାଦୀ 

ଭିଡିଓ ଜାରି କରି ଶକ୍ତି ଦେଖାଇଲେ ମାଓବାଦୀ 

73

କନକ ବ୍ୟୁରୋ : ପୁଣି ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି କରି ଶକ୍ତି ଦେଖାଇଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରୁ ଆସିଥିବା ଏହି ଚିତ୍ର ବର୍ଷକ ତଳର ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ମାସରେ ସୁକମା ଜିଲ୍ଲା ମନିପା ଜଙ୍ଗଲରେ ମାଓବାଦୀଙ୍କ ଚକ୍ରବ୍ୟୁହରେ ଛନ୍ଦି ହୋଇ ୧୭ଜଣ ଯବାନ ପ୍ରାଣ ହରାଇଥିଲେ । ଏହି ଘଟଣାରେ ୩ଜଣ ମାଓବାଦୀ ମଧ୍ୟ ପ୍ରାଣ ହରାଇଥିଲେ । ସେହି ୩ ମାଓବାଦୀଙ୍କୁ କିପରି ଶେଷ ଯାତ୍ରାରେ ନିଆଯାଇଛି, ତାହା ଏହି ଭିଡ଼ିଓରେ ଦର୍ଶାଯାଇଛି । ଭିଡ଼ିଓରେ ଦେଖିବାକୁ ମିଳିଛି, ଜଙ୍ଗଲ ଭିତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଶହ ଶହ ସଂଖ୍ୟାରେ ମାଓବାଦୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସମୟ ସମୟରେ ଏଭଳି ଭିଡ଼ିଓ ଜାରି କରି ମାଓବାଦୀ ମାନେ ସେମାନଙ୍କ ଦବଦବା ଜାହିର କରୁଛନ୍ତି ।