ଓଡିଶାରେ ବିରଜୁ…ଦୀର୍ଘ ୨୫ ବର୍ଷ ପରେ ଆଜି ଜନ୍ମମାଟି ଫେରିଲେ ବିରଜୁ କୁଲୁ; ପାକିସ୍ତାନ ଲହୋର ଜେଲରୁ ମୁକ୍ତି ପରେ ଫେରିଲେ ଘରକୁ

ପାକିସ୍ତାନ ଲହୋର ଜେଲରୁ ମୁକ୍ତି ପରେ ପଂଜବ ଅମୃତସରରେ ଥିଲେ କ୍ୱାରେଂଟାଇନରେ

97

କନକ ବ୍ୟୁରୋ: ୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଜନ୍ମମାଟିକୁ ଫେରିଛନ୍ତି ବିରଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ କାଟିବା ପରେ ଆଜି ସୁନ୍ଦରଗଡ଼କୁ ଫେରିଛନ୍ତି ବିରଜୁ । କଟଙ୍ଗ ଗାଁରେ ଖୁସିର ପରିବେଶ ଦେଖିବାକୁ ମିଳିଛି । କୁତ୍ରାରେ ବିରଜୁଙ୍କୁ ସ୍ୱାଗତ କରାଯିବା ପରେ ବ୍ଲକ ଅଫିସକୁ ତାଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁତ୍ରାରୁ ବିରଜୁଙ୍କୁ କଟଙ୍ଗ ନିଆଯିବ । ସୁନ୍ଦରଗଡ କୁତ୍ରାରେ ପହଚିଂବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ବିରଜୁ । ଅନ୍ୟ ମନସ୍କ ହୋଇ ପାକ ସୀମାକୁ ପଳାଇଥିଲେ । ତାଙ୍କୁ ଜେଲରେ ରୁଟି ଓ ଡାଲି ଖାଇବାକୁ ଦିଆଯାଉଥିଲା ବୋଲି ସେ କହିଛନ୍ତି ।

ବିରଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ । ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଡିଓ ।ଏହା ସହ ତାଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବା ସହ ତାଙ୍କୁ ରାସନ କାର୍ଡ, ଆଧାର କାର୍ଡ ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ । ଗତକାଲି ସଂଧ୍ୟାରେ ସେ ଝାଡ଼ଖଣ୍ଡର ଗୁମଲାରେ ପହଁଚିଥିଲେ । ୨୫ ବର୍ଷ ତଳେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ ବିରଜୁ । ପାକିସ୍ତାନ ପୁଲିସ ତାଙ୍କୁ ଧରି ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ଅମୃତସରକୁ ଅଣା ଯାଇଥିଲା । ଏହାପରେ ସୁନ୍ଦରଗଡ଼ ପ୍ରଶାସନର ସହାୟତାରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଅଣାଯାଇଛି ।