ବଢୁଥିବା ସଂକ୍ରମଣ ଭିତରେ ଆଶ୍ୱସ୍ତ କରୁଛି ଟିକାକରଣ । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ଟିକାକରଣକୁ ନେଇ ରେକର୍ଡ, ଗତକାଲି  ଦିଆଗଲା ୨ ଲକ୍ଷ ୭୧ ହଜାର ୪୮୦ ଡୋଜ୍ 

134
କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ନେଇ ଆସିଛି ଆଶ୍ୱସ୍ତକର ଖବର । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ରେକର୍ଡ ପରିମାଣରେ ଟିକାକରଣ କରାଯାଇଛି । ଦୈନିକ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ଥିବା ବେଳେ ଗତକାଲି ୨ ଲକ୍ଷ ୭୧ ହଜାର ୪୮୦ ଡୋଜ୍ ଟିକାକରଣ କରାଯାଇଛି ।
କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଟିକାକରଣ ଅଢ଼େଇ ଲକ୍ଷ ଅତିକ୍ରମ କରିଛି । ଏହାରି ଭିତରେ ଓଡ଼ିଶାରେ ମୋଟ୍ ୩୧ ଲକ୍ଷ ୩୭ ହଜାର ୬୯୮ଜଣଙ୍କୁ ଟିକା ଦିଆଯାଇଛି । କାଲି ୭୪ ହଜାର ୫୬୭ ଜଣ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନାର ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧୦ ହଜାର ୧୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ସେହିପରି ୪୫ ବର୍ଷରୁ ଉଦ୍ଧ୍ୱର୍ ୧ ଲକ୍ଷ ୮୧ ହଜାର ୯୭୩ ଜଣଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ଆଉ ଏହି ବର୍ଗରେ ଏକ ହଜାର ୨୯ ଜଣଙ୍କୁ ଦିଆଯାଇଛି ଦ୍ୱିତୀୟ ଡୋଜ୍ ।