ରାଜ୍ୟରେ ଚିନ୍ତା ବଢ଼ାଇଲା ସଂକ୍ରମଣ : ୨୪ ଘଂଟାରେ ରାଜ୍ୟରେ ୨୧୦ ସଂକ୍ରମିତ ଚିହ୍ନଟ, ଜଣଙ୍କର ମୃତ୍ୟୁ

 ଦୈନିକ ସଂକ୍ରମଣ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ; ଗୋଟିଏ ଦିନରେ ୫୧ ଆକ୍ରାନ୍ତ ଚିହ୍ନଟ

274

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖା । ୨୪ ଘଂଟାରେ ରାଜ୍ୟରେ ୨୧୦ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୯ଜଣ, କଳାହାଣ୍ଡି, ସୁନ୍ଦରଗଡ଼ରୁ ୧୨ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ଜଣ । ରାଜ୍ୟରେ ମୋଟ ୩ଲକ୍ଷ ୩୬ ହଜାର ୪୮୨ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୯ଶହ ୨୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।