ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

105

କନକ ବ୍ୟୁରୋ : ରାଜ୍ୟରେ ଆଜି ୮୯୧୪ ପଜିଟିଭ ଚିହ୍ନଟ । ଏମାନଙ୍କ ଭିତରୁ ୫୦୮୧ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ଜଣ ସଙ୍ଗରୋଧରୁ ଅଛନ୍ତି । ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ଅଛନ୍ତି । ଅପରପକ୍ଷରେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡ଼ରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୨୬୨ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ ଓ ଷ୍ଟେଟ ପୁଲରୁ ୨୫୫ ଚିହ୍ନଟ ହୋଇଛନ୍ତି ।

Comments are closed.