ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୬୮,୬୦୪ ଟେଷ୍ଟିଂରୁ ୭,୭୨୯ ପଜିଟିଭ, ୩୯ ମୃତ

229

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୭୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୮ହଜାର ୬୦୪ ନମୁନା ପରୀକ୍ଷା ହୋଇଥିବା ବେଳେ ୭ହଜାର ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଦଶମିକ ୨୬ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟ ହାର । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୩୯ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୮ହଜାର ୬୯୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୭ଲକ୍ଷ ୧୩ ହଜାର ୫୫ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୮୨ହଜାର ୬୭୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ତେବେ ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ତାଲିକାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ୧୦୬୨ଜଣ ଚିହ୍ନଟ ।

ଅନୁଗୁଳରୁ ୪୪୯ଜଣ, ବାଲେଶ୍ୱରରୁ ୪୨୬ ଜଣ, ବରଗଡ଼ରୁ ୧୮୯ ଜଣ, ଭଦ୍ରକରୁ ୨୮୭ଜଣ, ବଲାଙ୍ଗୀରରୁ ୬୧ ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୭୨୦ଜଣ, ଦେବଗଡ଼ରୁ ୭୨ ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୬୮ ଜଣ, ଗଞ୍ଜାମରୁ ୧୫୩ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଯାଜପୁରରୁ ୩୮୮ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, କଳାହାଣ୍ଡିରୁ ୧୬୭ ଜଣ, କନ୍ଧମାଳରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୨୨୩ଜଣ, କେଉଁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୧୦୬୨ ଜଣ, କୋରାପୁଟରୁ ୧୮୫ ଜଣ, ମାଲକାନଗିରିରୁ ୧୦୪ଜଣ, ମୟୁରଭଞ୍ଜରୁ ୪୪୪ ଜଣ, ନବରଙ୍ଗପୁରରୁ ୨୧୯ ଜଣ, ନୟାଗଡ଼ରୁ ୨୧୯ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ସମ୍ୱଲପୁରରୁ ୧୬୧ଜଣ, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୨୭୦ ଓ ଷ୍ଟେଟ ପୁଲରୁ ୧୮୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।