ଦୀର୍ଘଦିନ ପରେ ୪ ହଜାର ତଳକୁ ଖସିଲା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

218

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ୪ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ଘଂଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୦୫ ନୂଆ ଆକ୍ରାନ୍ତ । ସଂଗରୋଧରୁ ୧୯୪୨ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୪୬୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୦୦ ଓ କଟକରୁ ୨୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୬ ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୫୯ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ ଜଣ, ଗଞ୍ଜାମରୁ ୩୬ ଜଣ, ଜଗତସିଂହପୁରରୁ ୧୨୯ ଜଣ, ଯାଜପୁରରୁ ୩୯୧ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୫୪ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୮୯ଜଣ, ଖୋର୍ଦ୍ଧାରୁ ୫୦୦ ଜଣ, କୋରାପୁଟରୁ ୬୩ ଜଣ, ମାଲକାନଗିରିରୁ ୭୨ଜଣ, ମୟୁରଭଞ୍ଜରୁ ୧୮୭ଜଣ, ନବରଙ୍ଗପୁରରୁ ୮୩ ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୧୪୧ଜଣ, ରାୟଗଡ଼ାରୁ ୪୫ଜଣ, ସମ୍ୱଲପୁରରୁ ୩୮ଜଣ, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପରୀକ୍ଷା ହୋଇଥିବା ୫୬ ହଜାର ୮୦୭ ନମୁନାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ପଜିଟିଭିଟି ରେଟ୍ ମଧ୍ୟ ୫.୯୯ ପ୍ରତିଶତକୁ ଖସି ଆସିଛି । ଅନ୍ୟପଟେ ରାଜ୍ୟରେ ୪୨ଜଣଙ୍କର ମୃତ୍ୟୁ ହୋଇଛି । ଜୁନ ମାସର ପ୍ରଥମ ୧୫ ଦିନରେ ୯୪ ହଜାର ୪୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୩୪ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।