ରାଜ୍ୟରେ କମିଲା ସଂକ୍ରମଣ ହାର : ୨୪ ଘଂଟାରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ; ଖୋର୍ଦ୍ଧାରେ ବି କମିଲା ସଂକ୍ରମଣ

147

କନକ ବ୍ୟୁରୋ : ଦୀର୍ଘଦିନ ପରେ ୫ ପ୍ରତିଶତକୁ ଖସିଲା ସଂକ୍ରମଣ ହାର । ରାଜ୍ୟର ସଂକ୍ରମଣ ହାର ୪ ଦଶମିକ ୯୭ ପ୍ରତିଶତକୁ ଖସି ଆସିଛି । ସେହିପରି ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ପ୍ରାୟ ୩ହଜାରରେ ପହଁଚିଛି । ଦିନକରେ ସାରାରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ନୂଆ ସଂକ୍ରମିତ । ସଂଗରୋଧରୁ ୧୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୨୯୩ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୩୮୧, ଅନୁଗୁଳରୁ ୧୨୧ ଜଣ, ବାଲେଶ୍ୱରରୁ ୨୯୦ ଜଣ, ବରଗଡ଼ରୁ ୩୯ ଜଣ, ଭଦ୍ରକରୁ ୧୩୫ ଜଣ, ବଲାଙ୍ଗୀରରୁ ୩୦ ଜଣ, ବୌଦ୍ଧରୁ ୪୦ ଜଣ, କଟକରୁ ୨୯୫ ଜଣ, ଦେବଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୯୦ ଜଣ, ଗଜପତିରୁ ୨୫ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୭ ଜଣ, ଯାଜପୁରରୁ ୨୨୬ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳରୁ ୩୮ ଜଣ, କେନ୍ଦ୍ରାପଡ଼ାରୁ ୧୧୮ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୬୮ ଜଣ, ମାଲକାନଗିରିରୁ ୪୩ ଜଣ, ମୟୁରଭଞ୍ଜରୁ ୧୬୭ ଜଣ, ନବରଙ୍ଗପୁରରୁ ୬୩ ଜଣ, ନୟାଗଡ଼ରୁ ୧୪୦ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୧୮୦ ଜଣ, ରାୟଗଡ଼ାରୁ ୪୪ ଜଣ, ସମ୍ୱଲପୁରରୁ ୩୦ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟ ପୁଲରୁ ୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ପୂର୍ବ ତୁଳନାରେ ଏହି ସବୁ ଜିଲ୍ଲାରେ ସଂକ୍ରମଣ ଧିରେ ଧିରେ କମୁଛି । ୨୪ଘଂଟାରେ ୬୧ ହଜାର ନମୁନା ପରୀକ୍ଷା କରାଯାଇଛି । ସେହିପରି ୨୪ ଘଂଟାରେ ରାଜ୍ୟରେ କରୋନା ଯୋଗୁଁ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୩୬ ହଜାର ୬୩୩ ସକ୍ରିୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ଜୁନ୍ ମାସର ୨୧ ଦିନରେ ୧ଲକ୍ଷ ୧୫ ହଜାର ୫୦୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୭୯ ଜଣଙ୍କର ମୃତ୍ୟୁ ହୋଇଛି ।