ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ଘଂଟାରେ ୨୯୫୭ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ

165

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ତଳକୁ ଖସିଛି । ଗତ ୨୪ଘଂଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୫୭ ନୂଆ ଆକ୍ରାନ୍ତ । ସଂଗରୋଧରୁ ୧୬୯୮ ଓ ସ୍ଥାନୀୟ ଅଂଚଳରୁ ୧୨୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୪୦୮, ଅନୁଗୁଳ ଜିଲ୍ଳାରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୪୭ ଜଣ, ବରଗଡ଼ରୁ ୪୧ ଜଣ, ଭଦ୍ରକରୁ ୧୯୨ ଜଣ, ବଲାଙ୍ଗୀରରୁ ୩୭ ଜଣ, ବୌଦ୍ଧରୁ ୪୭ ଜଣ, କଟକରୁ ୨୭୨ ଜଣ, ଦେବଗଡ଼ରୁ ୧୦ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୨୪ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତ୍‌ସିଂହପୁରରୁ ୧୦୩ ଜଣ, ଯାଜପୁରରୁ ୨୬୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, କେନ୍ଦୁଝରରୁ ୭ ଜଣ, କୋରାପୁଟରୁ ୬୦ ଜଣ, ମାଲକାନଗିରିରୁ ୫ ଜଣ, ମୟୂରଞ୍ଜରୁ ୧୩୫ ଜଣ, ନବବରଙ୍ଗପୁରରୁ ୪୫ ଜଣ, ନୟାଗଡ଼ରୁ ୧୧୨ ଜଣ, ନୂଆପଡ଼ାରୁ ୧୦ ଜଣ, ପୁରୀରୁ ୨୧୯ ଜଣ, ରାୟଗଡ଼ାରୁ ୬୩ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୨୫ ଜଣ, ସୁନ୍ଦରଗଡ଼ରୁ ୫୮ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିନକରେ ୬୧ ହଜାର ୬୦୭ ନମୁନା ପରୀକ୍ଷା କରାଯାଇଛି । ସେହିପରି ୪ ହଜାର ୫୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ୩୪ ହଜାର ୯୬୫ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେପଟେ ରାଜ୍ୟରେ ଦିନକରେ ୩୮ଜଣଙ୍କର ମୃତ୍ୟୁ ହୋଇଛି ।