ଲଗାତର ଦ୍ୱିତୀୟ ଦିନ ପାଇଁ ଦୁଇ ହଜାର ତଳେ କରୋନା ସଂକ୍ରମଣ : ୨୪ ଘଂଟାରେ ଚିହ୍ନଟ ହେଲେ ୧୯୪୮ ନୂଆ ଆକ୍ରାନ୍ତ, ୬୭ ମୃତ

142

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟା ଭିତରେ ୧୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୧୨୦ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୮୨୮ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୯୮, ବରଗଡରୁ ୧୭, ଭଦ୍ରକରୁ ୫୯, ବଲାଙ୍ଗୀରରୁ ୭, ବୌଦ୍ଧରୁ ୪, କଟକରୁ ୨୭୯, ଦେବଗଡରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୧୧୫, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୧୧୨, କେଉଁଝରରୁ ୨୧, କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ସହ ଷ୍ଟେଟପୁଲରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୧ ହଜାର ୯୩୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୩୬ହଜାର ୯୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ହଜାର ୬୨୩ ରହିଛି । ସେହିପରି ଗତ ୨୪ ଘଂଟା ଭିତରେ ୭୯ହଜାର ୩୭୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨ଦଶମିକ ୪୫ ପ୍ରତିଶତ । ଅନ୍ୟପଟେ ୬୭ମୃତୁର ହିସାବ ଦେଇଛନ୍ତି ସରକାର ।