ରାଜ୍ୟରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୧୭୦୩ ଆକ୍ରାନ୍ତ ଚିହ୍ନଟ, ୬୯ ମୃତ୍ୟୁର ହିସାବ ଦେଲେ ସରକାର

128

କନକ ବ୍ୟୁରୋ : ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧ ହଜାର ୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୮୮ ଜଣଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୧୫ ରହିଛି । ଖୋର୍ଦ୍ଧାରୁ ୩୮୬, କଟକରୁ ୨୪୦, ପୁରୀରୁ ୧୩୯,ବାଲେଶ୍ୱରରୁ ୮୮, ଯାଜପୁର ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହାର ୫୧୭ ରହିଛି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୯ ହଜାର ୩୫୦ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭ହଜାର ୪୧୧ । ୭୮ ହଜାର ୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୨ ଦଶମିକ ୧୬ ପ୍ରତିଶତ ରହିଛି ।