ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୧୦,୦୩୧ ସଂକ୍ରମିତ ଚିହ୍ନଟ, ୧୭ ମୃତ

ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯, ସୁନ୍ଦରଗଡ଼ରୁ ୮୨୪ ଆକ୍ରାନ୍ତ ଚିହ୍ନଟ

176

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣରେ ଏବେ ଚିନ୍ତା ବଢ଼ାଉଛି କଟକ, ପୁରୀ, ସୁନ୍ଦରଗଡ଼ ଜିଲ୍ଲା । ଦିନକୁ ଦିନ ସେଠାରେ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୪ ହଜାର ୮୭୩ ରହିଛି । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୭ ହଜାର ୮୬୩ଜଣ । କରୋନା ସଂକ୍ରମଣରେ ୨୧୯୭ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୪ ହଜାର ୭୬୦ଜଣ । ସେହିପରି ଗୋଟିଏ ଦିନରେ ୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।