୧୪ ଦିନିଆ ଆଂଶିକ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ… କଣ ଖୋଲା, କଣ ବନ୍ଦ?

963

କନକ ବ୍ୟୁରୋ : ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେତେକ ଜିଲ୍ଲାରେ କଟକଣାକୁ ଅଧିକ କୋହଳ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ କଟକଣାକୁ କମ୍ ମାତ୍ରାରେ କୋହଳ କରାଯାଇଛି । ତେବେ ଏହାରି ମଧ୍ୟରେ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବା ।
କଣ ବନ୍ଦ:
ଜୁଲାଇ ୧ ଯାଏଁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ । ସିନେମା ହଲ, ମଲ୍, ଜିମ୍, ସୁଇମିଂ ପୁଲ ବନ୍ଦ ରହିବ । ସ୍ପା, ସେଲୁନ୍, ବିୟୁଟି ପାର୍ଲର ବନ୍ଦ ରହିବ । ସେହିବଳି ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର

କଣ ଖୋଲା
ହସ୍ପିଟାଲ, ନର୍ସିଂହୋମ୍, ଟେଲିମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ଗ୍ୟାରେଜ, ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ୍ ମିସ୍ତ୍ରୀ କାମ ଜାରିରହିବ । ବ୍ୟାଙ୍କ୍ , ଏଟିଏମ ସେବା ଜାରି ରହିବ । ୫୦% କର୍ମଚାରୀରେ ସରକାରୀ ଏବଂ ଘରୋଇ ଅଫିସ କାର୍ଯ ଜାରି ରହିବ ।