ଅବକାରୀ ବିଭାଗକୁ ଚକମା ଦେଇ ନଇଁକୁ ଡେଇଁ ପଡିଥିଲେ ଯୁବକ । ୧୦ ଘଣ୍ଟାର ଅପରେସନ, ମିଳିଲା ମୃତଦେହ

229

କନକ ବ୍ୟୁରୋ : ଅବକାରୀ ବିଭାଗର ଚଢାଉ ବେଳେ ଜୀବନ ବିକଳରେ ନଈକୁ ଡେଇଁ ପଡିଲେ ଯୁବକ । ୧୦ ଘଂଟାର ସର୍ଚ୍ଚ ଅପରେସନ୍ ପରେ ମିଳିଲା ମୃତଦେହ । ବାଲେଶ୍ୱର ଗୋପାଳପୁର ସଲଟ ରୋଡ୍ରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ମଦ ବେପାରୀଙ୍କୁ ଗୋଡାଉ ଥିବା ବେଳେ ଜଣେ ଚୋରା ମଦ ଚାଲାଣକାରୀ ଜୀବନ ବିକଳରେ ନଈକୁ ଡେଇଁପଡିଥିଲେ ।

ସୁଟିଂ ପାହି ବନ୍ଧର ଗେଟ୍ ନିକଟକରେ ବନ୍ଧ ଭାଙ୍ଗି ଯାଇଥିବାରୁ ବାଇକ୍ ଛାଡି ପାଣିକୁ ପଶିଯାଇଥିଲେ । ନଈର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ସପନ ମାଝୀ । ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପକ୍ଷରୁ ୧୦ ଘଂଟା ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରାଯାଇଛି । ଅବକାରୀ ବିଭାଗର ଦାୟିତ୍ୱହୀନତା ଯୋଗୁ ସପନର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।