ଖୋଲିବ କି ଓଡ଼ିଶା ? ରାଜ୍ୟରେ ଅନଲକ ଆରମ୍ଭ ନେଇ ହୋଇପାରେ ଘୋଷଣା; ମାସ ଶେଷ ଯାଏଁ ରହିପାରେ ନାଇଟ କର୍ଫ୍ୟୁ

1,179

କନକ ବ୍ୟୁରୋ : ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ୧୭ ତାରିଖ ପରେ ରାଜ୍ୟରେ କ’ଣ ହେବ । ଅର୍ଥାତ ଲକଡାଉନ ଖୋଲିବ ନା ଜାରି ରହିବ । ଏନେଇ ଚୂଡାନ୍ତ ନିଷ୍ପତି ଘୋଷଣା କରିବେ ସରକାର । ଯଦିଓ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ , କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ ।

ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା ରହିଛି । ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ରହିପାରେ । ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ । କରୋନା ସଂଖ୍ୟାର ବିଶ୍ଳେଷଣ କହୁଛି, ୧୭ ତାରିଖ ବେଳକୁ ରାଜ୍ୟର ୨୭ ଜିଲ୍ଲାରେ କରୋନା ସକ୍ରିୟ ମାମଲା ବହୁ ତଳକୁ ଖସିଆସିଥିବ । କେବଳ ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଛାଡିଲେ ଅନ୍ୟ ସମସ୍ତ ଜିଲ୍ଲା ଗ୍ରୀନ କିମ୍ବା ୟେଲୋ ଜୋନରେ ଥିବ । ଏ ସବୁ ଜିଲ୍ଲାଗୁଡିକରେ କଟକଣାକୁ ବ୍ୟାପକ ଭାବେ କୋହଳ କରାଯାଇପାରେ ।