କନକ ବ୍ୟୁରୋ : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳଛି କଲରାପତରିଆ ବାଘ । ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଜୟପୁର ପଟୁ ଫେରୁଥିବାବେଳେ ଆମପାଣି ଘାଟି ଜଙ୍ଗଲରେ ଏହି କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ । ପୂର୍ବରୁ ଏଠାରେ ଭାଲୁକୁ ବି ଦେଖିବାକୁ ମିଳିଥିଲା । ଏ ନେଇ ଆମପାଣି ଜଙ୍ଗଲ ବନପାଳକୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କଳାହାଣ୍ଡି ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ : ଆଗେ ଆଗେ ଗାଡି ପଛେ ପଛେ ବାଘ; ମୋବାଇଲରେ କଏଦ ହେଲା ବାଘର ଚିତ୍ର
/kanak/media/post_attachments/wp-content/uploads/2021/01/9-5.jpg)