ସର୍ବଦଳୀୟ ବୈଠକରେ ସ୍ଥିର ହେଲା ବିଧାନସଭା କାର୍ଯ୍ୟସୂଚୀ : ୧ରୁ ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ; ଦିନକୁ ୫ଘଂଟା ରହିବ ଗୃହକାର୍ଯ୍ୟ

93

କନକ ବ୍ୟୁରୋ : ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂଚନା ଦେଇଛନ୍ତି :

– ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ
– ୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ
– ବିଧାନସଭା ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ
– ସେହିପରି ଅପରାହ୍ନ ୪ଟା ରୁ ୬ଟା ଯାଏଁ ବସିବ ବିଧାନସଭା
– ଦିନକୁ ୫ଘଂଟା ଯାଏଁ ଚାଲିବ ବିଧାନସଭା
– ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ
– ୫ଟା ବେଳେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍
– ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ
– ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ
– ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ
– ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତିଙ୍କ ଅନୁରୋଧ

ସର୍ବଦଳୀୟ ବୈଠକକୁ ବର୍ଜନ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି । ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡ଼କାଯାଇଥିବା ବେଳେ ଏହାକୁ ବର୍ଜନ କରିଛନ୍ତି ବିରୋଧୀ ଦଳ ଉପନେତା । ବୈଠକ ଆରମ୍ଭରୁ ଉଠିଯାଇଥିଲେ ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତା’ର ହକ୍ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁ ସେଠୀ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି ।

ତେବେ ବୈଠକକୁ ବର୍ଜନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ରହିପାରିବେ ବୋଲି କୁହାଯାଇଛି । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି । ଏହା ବାଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏଥର ବାଚସ୍ପତି ଆଗ୍ରହ୍ୟ କରିବାରୁ ବୈଠକକୁ ବୟକଟ କରିଛି ଦଳ ।

ବିଜେପିର ବୟକଟ୍ ପ୍ରସଙ୍ଗରେ ବାଚସ୍ପତି ସୂର୍ଯୋନାରୟଣ ପାତ୍ର କହିଛନ୍ତି ଯାହା ନିୟମରେ ରହିଛି ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି । ତାଙ୍କ ଲେଜିସଲେଟିଭ ପାର୍ଟି ଲେଖିକି ଦେଲେ ହେବ ।