ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର, ଖୁବଶୀଘ୍ର ରତ୍ନଭଣ୍ଡାରର ହେବ ମରାମତି

Advertisment
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର, ଖୁବଶୀଘ୍ର ରତ୍ନଭଣ୍ଡାରର ହେବ ମରାମତି

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପରେ ଚାବି ପ୍ରହେଳିକାର ରହସ୍ୟ ଖୋଲିବା ପାଇଁ ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚାବି ହଜିବା, ଡୁପ୍ଲିକେଟ୍ ଚାବି ମିଳିବା ଆଦି ପ୍ରସଙ୍ଗ ୬ ବର୍ଷ ଧରି ଚର୍ଚ୍ଚାରେ ରହିଥିଲା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି –
ଚାବି ପ୍ରହେଳିକା ପୂର୍ବ ସରକାରର ବାବୁମାନେ କରିଥିଲେ
ରତ୍ନଭଣ୍ଡାର ନ ଖୋଲିବାକୁ କରାଯାଇଥିଲା ଷଡ଼ଯନ୍ତ୍ର
ପୂରା ରହସ୍ୟ ଉପରୁ ହଟିବ ପରଦା
ଦଣ୍ଡିତ ହେବେ ଚଞ୍ଚକତା କରିଥିବା ବ୍ୟକ୍ତି

ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ଏହାକୁ ସ୍ବାଗତ କରିବା ସହ ସେ କହିଛନ୍ତି –
ସବୁ ଦିଗକୁ ନେଇ ତଦନ୍ତ କରନ୍ତୁ ସରକାର
ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ

ଚାବି ହଜିବା ଘଟଣାକୁ ନିର୍ବାଚନରେ ବିଜେପି ପ୍ରମୁଖ ପ୍ରସଙ୍ଗ କରିଥିଲା ଏବଂ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଥିଲା। ଯେଉଁ ଡୁପ୍ଲିକେଟ ଚାବି କଥା କୁହାଯାଉଥିଲା, ସେଥିରେ ତାଲା ନଖୋଲିବାରୁ ତାକୁ ଭାଙ୍ଗି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଗଠିତ ତଦାରଖ ଟିମ୍। ଯାହାକୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି କୁହାଯାଉଥିଲା, ତାକୁ କିଏ ଓ କେବେ ତିଆରି କରିଥିଲେ, ତାହା ଏପର୍ୟ୍ୟନ୍ତ ରହସ୍ୟ ଘେରରେ ରହିଛି। ଆଉ ସେଥିରେ କାହିଁକି ତାଲା ଖୋଲିଲା ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେପଟେ ରତ୍ନଭଣ୍ଡାର ମରାମତି ନେଇ ମଧ୍ୟ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଆଇନମନ୍ତ୍ରୀ କହିଛନ୍ତି ଯେ,ଖୁବଶୀଘ୍ର ରତ୍ନଭଣ୍ଡାରର ବାହାର ମରାମତି ହେବ। ପ୍ରାଥମିକ ଯାଞ୍ଚ ସରିଛି । ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା, ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ଯଥାଶୀଘ୍ର ମରାମତି କାମ ଆରମ୍ଭ କରିବ ଏଏସଆଇ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ପ୍ରଭୁଙ୍କ ରୀତିନୀତିରେ ଯେମିତି କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଇଛି। ଏବଂ ଏନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି । ଆଗ ବାହାର ରତ୍ନଭଣ୍ଡାର ମରାମତି ହେବ । ଏହାପରେ ଭିତର ରତ୍ନଭଣ୍ଡାର ମରାମତି କାମ ପାଇଁ ଲେଜର ସ୍କାନିଂ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe