ଓଡିଶାରେ ଆରମ୍ଭ ହେଲା ଏଆଇର ନୂଆ ଅଧ୍ୟାୟ : ପ୍ରଥମ ପର୍ଯ୍ୟାୟରେ କଟକ, ପୁରୀ ଓ ଭୁବନେଶ୍ୱରରେ ହେବ କାର୍ଯ୍ୟକାରୀ

262

କନକ ବ୍ୟୁରୋ : ଓଡିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ‘ଓଡିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଏବଂ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫର ୟୁଥ‘ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ଇନସିଏଟଭି କଟକ, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ।

ଆଇଟି କମ୍ପାନୀ ଇଣ୍ଟେଲକୁ ଏଥିଲାଗି ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ପ୍ରଯୁକ୍ତିଭିତ୍ତିକ ରୂପାନ୍ତରଣକୁ ଗୁରୁତ୍ୱ ଦେଉଛନ୍ତି । ବିଶ୍ୱକୁ ନୂଆ ଢଙ୍ଗରେ ଗଢିତୋଳିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ସାମଥ୍ୟ ରହିଛି । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ । ଗବେଷଣା, ଉତ୍ଥାବନ ଓ ବିଭିନ୍ନ କ୍ଷେତ୍ର ଲାଗି ବି ଏହା ଦିଗଦର୍ଶକ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଫାଇଦା ନେବାକୁ ସବୁବିଭାଗକୁ କହିବା ସହ ଏ କ୍ଷେତ୍ରରେ ଅଧିକାରୀଙ୍କୁ ତାଲିମ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।