ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଫସିଲା ଦେଶୀ ଲଞ୍ଚ : ୩ ଘଣ୍ଟା ପରେ ୧୦ଜଣଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ  

61

କନକ ବ୍ୟୁରୋ : ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫଶିଲା ଦେଶୀ ଲଞ୍ଚ । ଲଞ୍ଚଟି ଅଚଳ ହେବା ଫଳରେ ଅକାତ କାତ ପାଣି ମଝିରେ ଫଶି ରହିଥିଲେ ୧୦ ଜଣ ବ୍ୟକ୍ତି । ଦୀର୍ଘ ୩ଘଣ୍ଟା ପରେ ଉଦ୍ଧାର କଲା ରୋଗୀ ଆଣିବାକୁ ଯାଉଥିବା ଆମ୍ବିଲାନ୍ସ ଲଞ୍ଚ । ନବରଙ୍ଗପୁର ଜିଲ୍ଲା ବିଜ୍ରାଗୁଡା ଗାଁରୁ ନିର୍ବନ୍ଧ ପାଇଁ ଥୁଆମୂଳ ରାମପୁର ଅଞ୍ଚଳ ଉପରପଙ୍ଗାର ୭ ଜଣ ଲୋକ ଯାଉଥିଲେ ।

ତେବେ ଜଳଭଣ୍ଡାର ମଝିରେ କୌଣସି କାରଣରୁ ଲଞ୍ଚ ଅଚଳ ହୋଇଯିବାରୁ ସମସ୍ତେ ଫଶି ରହିଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ଓ ଅନ୍ୟ ପଞ୍ଚାୟତ ୧୭ଟି ଗାଁ ରହିଛି । ଏମାନଙ୍କ ଗମନାଗମନ ପାଇଁ ଏକମାତ୍ର ସାଧନ ହେଉଛି ଡଙ୍ଗା ଓ ମୋଟର ଲଞ୍ଚ । ଏହି ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।