ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ : ପୋଲିସର ମଙ୍ଗଳ କରିବା ବଦଳରେ ବଢାଉଥିଲେ ନିଜର ସମ୍ପତ୍ତି; ଭିଜିଲାନ୍ସ ଠାବ କଲାଣି ୨୨ଟି ପ୍ଲଟ ଓ ୩ଟି ବିଲ୍ଡିଂ

 ରେଡ଼ ବେଳେ ଛାତ ଉପରୁ ପେଟିଏ ଟଙ୍କା ଫୋପାଡ଼ିଦେଇଥିବା ସୂଚନା

187

କନକ ବ୍ୟୁରୋ : କୁବେର ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତି । ଭିଜିଲାନ୍ସ ଚଢାଉ ବେଳେ ଠାବ ହେଲାଣି ୨୫ଟି ସ୍ଥାବର ସମ୍ପତି । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ଏସବୁ ସମ୍ପତି ରହିଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପସ୍କଙ୍କ ଓ ୨ଟି କୋଠା ରହିଛି । ସେହିପରି ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଜି ପ୍ଲସ ଥ୍ରୀ ବିଲଡିଂ ରହିଛି । ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପ କୁମାର ସାମଲଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି ।

୨୦ ହଜାର ୩୫୦ ସ୍କୋୟାରଫୁଟ୍ରେ ଏହି ୫ ମହଲା କୋଠା ତିଆରି ହୋଇଛି । ଏହି କୋଠାର ମୁଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା । ଜମି ସହିତ ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ପ୍ରତାପଙ୍କ ଘରୁ ୩୮ ଲକ୍ଷ ୧୨ ହଜାର ୯୦୦ ନଗଦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଚଢ଼ାଉ ବେଳେ ଛାତ ଉପରୁ ବାହାରକୁ ଏକ ପେଟିରେ ଲକ୍ଷାଧିକ ଟଙ୍କା ଫିଙ୍ଗିଦେଇଥିଲେ ପ୍ରତାପ । ସେହିପରି ବାସୁଦେବପୁରରେ ପ୍ରତାପ ସାମଲଙ୍କର ୨୦ ହଜାର ସ୍କେ୍ୱୟାର ଫୁଟ୍ରେ ଘର ରହିଛି । ୨୦୧୧ ମସିହା ମୂଲ୍ୟ ଅନୁସାରେ ୧ କୋଟି ୫୧ ଲକ୍ଷ ଟଙ୍କା ଥିଲା ।

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।  ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକର ଟି ସ୍ଥାନରେ ରେଡ୍ କରାଯାଉଛି । ଅଫିସ୍ ଓ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ପ୍ରତାପ ସାମଲଙ୍କ ଅଫିସ୍, ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରିରେ ଥିବା ଘରେ ରେଡ୍ କରାଯାଇଛି ।

ଭଦ୍ରକ ବାସୁଦେବପୁରରେ ଥିବା ତିନି ମହଲା ବିଲଡିଂ, ବାଲେଶ୍ୱର ସିମୁଳିଆରେ ଥିବା ପୈତୃକ ଘର, ସିମୁଳିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ଭଦ୍ରକ ଅନନ୍ୟା ଟାୱାରରେ ଥିବା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ୱର ଗୋଠପାଟଣାରେ ତାଙ୍କର ଏକ ପାଂଚ ମହଲା କୋଠା ଏବଂ ନୟାପଲ୍ଲୀ ଆଇଆରସି ଭିଲେଜରେ ୪ ମହଲା କୋଠା ଥିବା ଜଣାପଡ଼ିଛି । ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।