କରୋନା କାଳର ‘ରଘୁରାଜପୁର’ । ଶିଳ୍ପୀ ଗାଁରେ ଜୀବନ୍ତ ହେଉଛି ପଟ୍ଟଚିତ୍ର । ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସହାୟତାର ହାତ ବଢ଼ାଇଲା ଓଡିଶା ଲଳିତକଳା ଏକାଡେମୀ 

156

କନକ ବ୍ୟୁରୋ: କରୋନା ଛଡାଇନେଇଛି ଜୀବିକା । ଏଥିରୁ ବାଦ ପଡିନାହିଁ  ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁରାଜପୁରର ଶିଳ୍ପୀ ଗ୍ରାମ । ଆଉ ଏହି ସମୟରେ ଶିଳ୍ପୀଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ପଟ୍ଟଚିତ୍ର ଶିବିର ।  ଗାଁର ପରିବାରର ସମସ୍ତ ସଦସ୍ୟ ନିଜ ଦୁଆରେ ପାମ୍ପାରିକ ଚିତ୍ର ଆଙ୍କୁଛନ୍ତି । କୋଭିଡ଼ କଟକଣା ଯୋଗୁଁ ଗାଁକୁ ପର୍ଯ୍ୟଟକ ମାନେ ଆସୁନାହାନ୍ତି । ତେଣୁ ନିଜ ଦୁଆରକୁ ନିଜେ ସଜାଇବା ପାଇଁ   ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରତେକ ପରିବାର ୫୦ ବର୍ଗଫୁଟ ର ଚିତ୍ରକଳା କରିବେ ।

କରୋନା କାଳରେ ଚଳଚଂଚଳ ହୋଇଛି  ରଘୁରାଜପୁରର ପ୍ରସିଦ୍ଧ ଐତହ୍ୟ ଶିଳ୍ପୀ ଗ୍ରାମ । ସମସ୍ତ ଶିଳ୍ପୀ ପରିବାର ନିଜ ଦୁଆରକୁ ଚିତ୍ରକଳା ମାଧ୍ୟମରେ ସଜାଇବାରେ ଲାଗିପଡିଛନ୍ତି । କିଏ ଜଗନ୍ନାଥଙ୍କ ନବକଳେବରର ଭିନ୍ନ ଭିନ୍ନ ଚିତ୍ର କରୁଛନ୍ତି ତ କିଏ କୃଷ୍ଣ ଲୀଳା, ନାଟଗଣେଷ, କାଳୀୟଦଳନ ଓ ନାଗାର୍ଜୁନ ବେଶ ସହ ମାସ୍କ ପିନ୍ଧିବାର କଳାକୃତି ଆଙ୍କୁଛନ୍ତି ।

ରଘୁରାଜପୁର ଓଡିଶାର ଏମିତି ଏକ ଗାଁ ଯାହାର ସାରାଦେଶରେ ତୁଳନା ନାହିଁ । ଏଠାରେ ଯେଉଁ ପଟ୍ଟଚିତ୍ର ତିଆରି ହୁଏ, ତାକୁ ପ୍ରସ୍ତୁତ କରିବା ଅନ୍ୟ କାହା ପାଇଁ ଏତେ ସହଜ ନୁହେଁ ।  ସେଥିପାଇଁ ଏହି ଗାଁର ନାଁ ରହିଛି । ଏବେ ଏହି ନାଁରେ ଆଉ ଏକ ଅଳଙ୍କାର ଲାଗିଛି ।  ୧୬ ତାରିଖ ଯାଏଁ ଚାଲିବାକୁ ଥିବା ଶିବିରରେ  ପ୍ରତ୍ୟେକ ପରିବାର ୫୦ ବର୍ଗପୁଟର ଚିତ୍ରକଳା କରିବେ ।  ସମୁଦାୟ ଶିବିରରେ ୭ ହଜାର ୫ଶହ ବର୍ଗଫୁଟର  ଚିତ୍ରକଳା ପ୍ରଦର୍ଶିତ ହେବ ।   ଶେଷରେ ୫ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ସମ୍ମାନିତ କରାଯିବ ।

କରୋନା ଛଡାଇ ନେଇଛି ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀଙ୍କ ଜୀବିକା । ପର୍ଯ୍ୟଟକ ଆସୁନଥିବାର ଶିଳ୍ପୀ ହାତବାନ୍ଧି ବସିଛନ୍ତି ।  ଏଭଳି ସମୟରେ ଓଡିଶା ଲଳିତ କଳା ଏକାଡେମୀ,  ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ବିଭାଗ ସହାୟତାରେ  ପ୍ରତ୍ୟେକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।