ଆଜିଠୁ ଖୋଲିଲା କୋଣାର୍କ : କରୋନା କଟକଣା ମାନି ବୁଲିପାରିବେ ପର୍ଯ୍ୟଟକ

164

କନକ ବ୍ୟୁରୋ : ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେଲା ବନ୍ଦ ଥିଲା କୋଣାର୍କ । ତେବେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ସୂର୍ଯ୍ୟମନ୍ଦିର । କରୋନା କଟକଣାମାନି କୋଣାର୍କ ବୁଲିପାରିବେ ପର୍ଯ୍ୟଟକ । ଗାଇଡ଼ ଓ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବଧ ହେବ । ଏନେଇ ସୁଚନା ଦେଇଛନ୍ତି ଏଏସଆଇ ସୁପରିଟେନଡେଂଟ ।

ସେପଟେ, ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତୃପକ୍ଷ । ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡ୍ଲାଇନ୍ ତାକୁ ଅପେକ୍ଷା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ଗାଇଡଲାଇନ୍ ଜାରି କରାଯିବ । ସାରା ଓଡ଼ିଶାରେ ଅନଲକ୍ ପ୍ରକିୟା ଆରମ୍ଭ ହୋଇଥିଲେ ମଧ୍ୟ ଭୁବନେଶ୍ୱର କଟକ ଓ ପୁରୀରେ କିଛି କଟକଣା ଥିବାରୁ ତାକୁ ଦୃଷ୍ଟିରେ ରଖି ପର୍ଯଟକଙ୍କ ପାଇଁ ଗାଇଡଲାଇନ୍ ଆସିବ । କରୋନା ସ୍ଥିତିକୁ ନଜରରେ ରଖି ପର୍ଯଟକଙ୍କ ପାଇଁ କିଛି କଟକଣା ରହିପାରେ ।