କନକ ବ୍ୟୁରୋ : କନ୍ଧମାଳ ହଳଦୀର ରଙ୍ଗ ଯେମିତି ଗୁଣ ବି ସେମିତି । ଫଳରେ ସେହି ହଳଦୀର ଚାହିଦା ଏବେ ଦିଲ୍ଲୀ ବଜାରରେ ବୃଦ୍ଧି ପାଇଛି । ଜୈବିକ ପଦ୍ଧତିରେ ଉତ୍ପାଦିତ ହଳଦୀରେ ଔଷଧୀୟ ଗୁଣ ରହିଥିବାରୁ ଏହା ସବୁଠି ଆଦୃତ ଲାଭ କରିଛି । ସେପଟେ କନ୍ଧମାଳ ହଳଦୀ ଜିଆଇ ଟ୍ୟାଗ୍ ହେବାପରେ କଲ୍ ଡାଉନ୍ ସମୟରେ ହଳଦୀକୁ ଗୁଣ୍ଡ କରି ବେଶ୍ ଦୁଇପଇସା ରୋଜଗାର ଆଶାରେ ବାଲିଗୁଡାର ୪୦ ଜଣ ମହିଳା ଗୋଷ୍ଠୀ ହୋଇ ଏହି ଗୁଣ୍ଡ ପ୍ରସ୍ତୁତ କରୁଥିବା ବେଳେ ଆଗକୁ ଆହୁରି ଅଧିକ ମହିଳାଙ୍କୁ ସାମିଲ କରି ଏହାକୁ ବିଶ୍ୱ ଦରବାର ନେବାକୁ ଲକ୍ଷ୍ୟ ରଖିଛନ୍ତି ।
ହଳଦୀ । ଏହା ଏପରି ଏକ ମସଲା ଯାହା ପ୍ରତ୍ୟେକ ଘରେ ଉପଲବ୍ଧ । ସବୁଦିନ ଏହାର ବ୍ୟବହାର ବି ହୁଏ । ସେତିପାଇଁ ତ ଏହାକୁ ଏକ ଲାଭଦାୟକ ବ୍ୟବସାୟ ବି କୁହାଯାଇପାରେ । ତେବେ ଲକ୍ ଡାଉନ୍ ସମୟରେ ରୋଜଗାର ହରାଇ ଘରେ ହାତ ବାନ୍ଧି ବସିଥିବା ବାଲିଗୁଡାର କିଛିି ମହିଳା ଦୁଇ ପଇସା ରୋଜଗାର ଆଶାରେ ବାଛନେଇଛନ୍ତି ଏହି ହଳଦୀ ବ୍ୟବସାୟର ପନ୍ଥା । ବଜାରରେ କନ୍ଧମାଳ ହଳଦୀର ବେଶ୍ ଚାହିଦା ଥିବାରୁ ଏହାକୁ ବଜାରରୁ କିଣି ତାକୁ ସଫାସୁତୁରା କରିବା ସହ କୋଭିଡ୍ କଟକଣାକୁ ମାନି କାମ କରୁଛନ୍ତି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ହଳଦୀକୁ ଗୁଣ୍ଡକରି ୧୦୦ ଗ୍ରାମ୍ ଠାରୁ ଆରମ୍ଭ କରି ୧ କେଜି ରୁ ୫ କେଜି ପର୍ଯ୍ୟନ୍ତ ପ୍ୟାକେଟ୍ କରି ବିଭିନ୍ନ ସୋସିଆଲ୍ ମିଡିଆରେ ଛାଡିବା ସହ ବିଭିନ୍ନ ସ୍ଥାନକୁ ଏହାର ସାମ୍ପୁଲ ପଠାଇଥିଲେ । ଏବେ ଅନ୍ଲକ୍ ପରେ ବିଭିନ୍ନ ସ୍ଥାନରୁ ସେମାନଙ୍କ ନିକଟକୁ ହଳଦୀଗୁଣ୍ଡ ପଠାଇବା ପାଇଁ ଅର୍ଡର ଆସିବାରେ ଲାଗିଛି । ଯାହାକୁ ନେଇ ମହିଳାମାନେ ଖୁସୀ ଅନୁଭବ କରିବା ସହ ବେଶ୍ ଦୁଇ ପାଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି ।
ଜୈବିକ ପଦ୍ଧତିରେ ପାରମ୍ପାରିକ ଭାବେ ଚାଷ ହେଉଥିବା କନ୍ଧମାଳ ହଳଦୀର ଗୁଣ, ସ୍ୱାଦ, ରଙ୍ଗ ଓ ଔଷଧୀୟ ଗୁଣ ଯୋଗୁଁ କୋଭିଡ୍ ମହାମାରୀ ସମୟରେ ସାଧାରଣ ଲୋକ ଠାରୁ ଆରମ୍ଭ କରି ଧନୀ ଗରୀବ ସମସ୍ତେ ଏହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଉଥିଲେ । ଜିଆଇ ଟ୍ୟାଗ୍ ମାନ୍ୟତା ପରେ କନ୍ଧମାଳ ହଳଦୀଗୁଣ୍ଡ ରାଜ୍ୟ କାହିଁକି ଦେଶର ରାଜଧାନୀ ଠାରୁ ଆରମ୍ଭ କରି ବମ୍ବେ, ବାଙ୍ଗାଲୋର ଭଳି ବଡ ବଡ ସହରରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ଓ ଆଗକୁ ଏହାର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରା ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-22-22h13m52s31.png)