ଦିଲ୍ଲୀରେ ଦିଆଗଲା ଓଡିଶା ସାମ୍ବାଦିକତା ପୁରସ୍କାର : ୬ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ

105

କନକ ବ୍ୟୁରୋ : ଦିଲ୍ଳୀରେ ଆୟୋଜିତ ହୋଇଯାଇଛି ଓଡିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୧ ପୁରସ୍କାର ଉତ୍ସବ । ଏହି ଉତ୍ସବରେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବା ୬ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଛନ୍ତି ।

ସେହିପରି ନିୟୁ ଇଣ୍ଡିଆନ ଏକ୍ସପ୍ରେସର ଡେପୁଟି ରେସିଡେଣ୍ଟ ଏଡିଟର ଶିବ କୁମାର ମହାନ୍ତି, ଉତ୍କଳ ମେଲର ସଂପାଦକ ପୀତବାସ ମିଶ୍ର, ଓଡ଼ିଶା ବାଇଟ୍ସର ଗ୍ରୁପ୍‌ ଏଡିଟର ସନ୍ଦୀପ ମିଶ୍ର, ଗୁରୁ ଜମ୍ବେଶ୍ବର ବିଶ୍ବବିଦ୍ୟାଳୟ ଜନ ସଂଚାର ବିଭାଗର ସହକାରୀ ପ୍ରଫେସର ମିହିର ରଂଜନ ପାତ୍ର ଏବଂ ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମାଙ୍କୁ ଏହି ଅବସରରେ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇ ଥିଲା । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲରେ ଏହି ପୁରସ୍କାର ଉତ୍ସବ ଆୟୋଜିତ ହୋଇଛି । ଦିଲ୍ଲୀର ପୁରାତନ ଓଡିଆ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ପଲ୍ଲୀବାଣୀ ମିଶନ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଥାଏ ।