କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କଲା ପୂରା ଓଡିଶା । ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲା ସାରା ଓଡିଶା । ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ଘର ପରିବାର ଭୁଲି ଲଢେଇ କରୁଛନ୍ତି । ଯୁଦ୍ଧ ଲଢୁ ଲଢୁ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଗୋଟିଏ ମିନିଟର ନିରବ ପ୍ରାର୍ଥନା କରିଛି ଓଡିଶା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବା ପାଇଁ କହିବା ପରେ ସାରା ରାଜ୍ୟ ଗୋଟେ ମିନିଟ୍ ପାଇଁ ନିରବୀ ଯାଇଥିଲା । ରାସ୍ତାଘାଟ, ଗଳି କନ୍ଦି, ଛକ ବଜାର, ଅଫିସ, ଟ୍ରାଫିକ । ଯିଏ ଯେଉଁଠି ପାରିଛନ୍ତି ୧ ମିନିଟ୍ ପାଇଁ ଅଟକି ନିରବ ପ୍ରାର୍ଥନା କରିଛନ୍ତି ।
ତେବେ ୨୫୦୦୦ କରୋନା ଆକ୍ରାନ୍ତ ସୁସ୍ଥ ହେବା ପଛରେ ରହିଛି କରୋନା ଯୋଦ୍ଧାଙ୍କ ତ୍ୟାଗ । ସେମାନଙ୍କ ତ୍ୟାଗର ତୁଳନା ନାହିଁ, ୨୫ ଜଣ କୋଭିଡ୍ ଯୋଦ୍ଧା ପ୍ରାଣବଳୀ ଦେଇଛନ୍ତିା ଆଉ ଆଜି ସେମାନଙ୍କୁ ସାରା ଓଡିଶା ସମ୍ନାନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ନିରବ ପ୍ରାର୍ଥନା ପରେ ସମସ୍ତଙ୍କୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କୁ ସମ୍ନାନ ଜଣାଇବା ସହ କୋଭିଡ୍ ନିୟମ ମାନିବାକୁ ବି କରାଇଲେ ଶପଥ କରାଇଛନ୍ତି ।