ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ : ୩ଟି ସ୍ଥାନରେ ଚାଲିଛି ଚଢଉ

78

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜୁଯୁମୁରା ବ୍ଲକ ଝାଙ୍କରାପାଲି ପଂଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଂଟିଆଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ମୋଟ୍ ୩ ଟି ସ୍ଥାନରେ ଚାଲିଛି ଚଢଉ । କୁଚିଣ୍ଡା ଏନଏସି ସ୍ଥିତ ୨ ମହଲା ବାସଭବନ ସମେତ ପୈତୁକ ଘର ସୁବର୍ଣପାଲି, ଝଙ୍କରପାଲି କାର୍ଯ୍ୟାଳୟରେ ଚଢଉ କରିଛି ଭିଜିଲାନ୍ସ । ଦୁଇଜଣ ଡିଏସପିଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୁଇଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉ କରୁଛନ୍ତି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଏହି ଚଢ଼ାଉ ଚାଲିଛି ।