ଏଣିକି ୧୦ଦିନ ଭିତରେ ମିଳିବ ବାସଗୃହ, ଆୟର ପ୍ରମାଣପତ୍ର : ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ପ୍ରମୁଖ ସଚିବ

557

କନକ ବ୍ୟୁରୋ : ପ୍ରମାଣପତ୍ର ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବନି । ଏଣିକି କମ୍ ଦିନ ଭିତରେ ବିଭିନ୍ନ ପ୍ରମାଣପତ୍ର ମିଳିବ । ସବୁ ଜିଲ୍ଲପାଳଙ୍କୁ ଚିଠି ପ୍ରମୁଖ ସଚିବ ଲେଖିଛନ୍ତି । ବାସଗୃହ ଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ଖୁବଶୀଘ୍ର ମିଳିବ । ୧୦ଦିନ ଭିତରେ ବାସଗୃହ, ଆୟ ଓ ସମ୍ପତ୍ତିର ପ୍ରମାଣପତ୍ର ମିଳିବ । ପୂର୍ବରୁ ଏହି ଅବଧି ୧୫ଦିନ ରହିଥିଲା । ସେହିଭଳି ୩୦ଦିନ ପରିବର୍ତ୍ତେ ୧୫ଦିନରେ ଜାତିଗତ ପ୍ରମାଣପତ୍ର ମିଳିବ । ୩୦ ଦିନ ଭିତରେ ମିଳିବ ଉତ୍ତରାଧିକାରୀ, ଅଭିଭାବକ ପ୍ରମାଣପତ୍ର । ସମସ୍ତ କ୍ଷେତ୍ର ପାଇଁ ଗୋଟିଏ ଉତ୍ତରାଧିକାରୀ ପ୍ରମାଣପତ୍ର କାମ ଦେବ ।