ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫

358

କନକ ବ୍ୟୁରୋ :

ସୁନୀଲ କୁମାର ପାଢ଼ୀ
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ
ଭିିଜିଲାନ୍ସ ଚଢାଉବେଳେ
ଆୟବହିର୍ଭୂତ ସଂପତ୍ତି
ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା
ଆସିକାରେ ମାର୍କେଟ କମ୍ପେ୍ଲକ୍ସ
୩ ଲକ୍ଷ ୪୦ ହଜାର ନଗଦ ଟଙ୍କା
୧୭ଟି ବ୍ୟାଙ୍କ ଆକାଉଂଟ
ଠାବ ହୋଇଥିଲା ।

ସୁଶାନ୍ତ କୁମାର ଶତପଥୀ
କୋରାପୁଟ ବୈପାରୀଗୁଡା ଥାନା ଆଇଆଇସି
ଭିଜିଲାନ୍ସ ଚଢାଉ କରି
ଆୟବହିର୍ଭୂତ ସଂପତ୍ତି
୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ
ଏକ ଘରୋଇ ବସରେ ଯିବାବେଳେ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ
ବୈପାରୀଗୁଡା ଥାନାରେ ଥିବା ଚାମ୍ବରରୁ ୧ ଲକ୍ଷ ୮୦ ହଜାର
ସରକାରୀ ଘରେ ଚଢାଉ ବେଳେ ୩ ଲକ୍ଷ
ଜବତ ହୋଇଥିଲା ।

ପ୍ରସନ୍ନ ପାଣି
ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟ ଯନ୍ତ୍ରୀ
ଆୟବହିର୍ଭୂତ ସଂପତ୍ତି
ବାସଭବନରୁ ୧ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି
୬ଟି ବ୍ୟାଙ୍କ ଆକାଉଂଟ ଜବତ
ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ୨ଟି ତିନି ମହଲା କୋଠା
ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା
ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ୍
ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା
ଠାବ କରିଥିଲା ଭିଜିଲାନ୍ସ ।

ଅନୁଚିତ୍ ଉପାୟରେ ଆୟଠୁ ଅଧିକ ସଂପତି ଠୁଳ କରିଥିବା ଏହିଭଳି ଦୁର୍ନୀତିଗ୍ରସ୍ତଙ୍କ ତାଲିକା ଆହୁରି ଲମ୍ବା । ଲମ୍ବା ତାଲିକାର ହିସାବ ଏନସିଆରବି ରିପୋର୍ଟରେ ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୨୨ ମସିହା ଅର୍ଥାତ ଗତବର୍ଷ ମୋଟ୍ ୩୭୨ଟି ଆୟବହିର୍ଭୂତ ମାମଲା ହୋଇଥିବାବାଳେ ଦେଶରେ ସବୁଠୁ ଆଗରେ ରହିଛି ଓଡି଼ଶା ।

ଆୟବହିର୍ଭୂତ ସଂପତ୍ତି ମାମଲାରେ ଓଡି଼ଶା ନମ୍ବର- ୧
–    ୨୦୨୨ରେ ରାଜ୍ୟରେ ୮୫ଟି ମାମଲାରେ ଚଢାଉ
–    ସରକାରୀ ଅର୍ଥ ହେରଫେର ମାମଲାରେ ଓଡିଶା ୩ ନମ୍ବର
–    ୮୪ଟି ଏଭଳି ମାମଲା କରି କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ
–    ଦେଷୀ ସାବ୍ୟସ୍ତ କରିବାରେ ମଧ୍ୟ ଓଡିଶା ଦେଶରେ ତୃତୀୟ
–    ୩୨୧ଟି ମାମଲାରେ ୫୫୧ ଜଣ ଦିର୍ନୀତିଖୋରଙ୍କ ବିରୋଧରେ ଚାର୍ଜସିଟ୍
–    ୯୦ଟି ମାମଲାରେ ୧୨୪ ଜଣ ଦୋଷୀ ସାବ୍ୟସ୍ତ