କନକ ବ୍ୟୁରୋ: ସେମିଳିଗୁଡ଼ା ଓ ଫୁଲବାଣୀରେ ଶୀତର ଲହରି, କେମିତି ରହିଛି ଏହି ଚିତ୍ର ହିଁ ବୟାନ କରୁଛି । ପାରଦ ଖସୁଥିବା ବେଳେ ଶୀତରେ ଥରହର ହେଉଛନ୍ତି ଲୋକେ । ରାଜ୍ୟରେ ଶୀତ ଲହରିକୁ ଦୃଷ୍ଟିରେ ରଖି, ସର୍ତକତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲା- ଅନୁଗୁଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ତାରିଖ ପାଇଁ ୩ଟି ଜିଲ୍ଲା- ଅନୁଗୁଳ, ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟର ୨୧ଟି ସହରରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି । ନଜର ପକାନ୍ତୁ କେଉଁ ସ୍ଥାନରେ କେତେ ତାପମାତ୍ର ରହିଛି ।
ସହର ତାପାମାତ୍ରା
ସେମିଳିଗୁଡ଼ା ୨ ଡିଗ୍ରୀ
ଜି.ଉଦୟଗିରି ୪.୬ ଡିଗ୍ରୀ
ଫୁଲବାଣୀ ୫ଡିଗ୍ରୀ
ରାଉରକେଲା ୬.୪ଡିଗ୍ରୀ
ସୁନ୍ଦରଗଡ଼ ୬.୫ଡିଗ୍ରୀ
କୋରାପୁଟ ୬.୫ଡିଗ୍ରୀ
ଝାରସୁଗୁଡ଼ା ୬.୬ଡିଗ୍ରୀ
ଦାରିଙ୍ଗବାଡ଼ି ୬.୭ଡିଗ୍ରୀ
ହାଡ଼ଭଙ୍ଗା ଶୀତରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ପର୍ଯ୍ୟଟକ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି ।
Follow Us