କନକ ବ୍ୟୁରୋ: ସେମିଳିଗୁଡ଼ା ଓ ଫୁଲବାଣୀରେ ଶୀତର ଲହରି, କେମିତି ରହିଛି ଏହି ଚିତ୍ର ହିଁ ବୟାନ କରୁଛି । ପାରଦ ଖସୁଥିବା ବେଳେ ଶୀତରେ ଥରହର ହେଉଛନ୍ତି ଲୋକେ । ରାଜ୍ୟରେ ଶୀତ ଲହରିକୁ ଦୃଷ୍ଟିରେ ରଖି, ସର୍ତକତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲା- ଅନୁଗୁଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ତାରିଖ ପାଇଁ ୩ଟି ଜିଲ୍ଲା- ଅନୁଗୁଳ, ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟର ୨୧ଟି ସହରରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି । ନଜର ପକାନ୍ତୁ କେଉଁ ସ୍ଥାନରେ କେତେ ତାପମାତ୍ର ରହିଛି ।
ସହର               ତାପାମାତ୍ରା
ସେମିଳିଗୁଡ଼ା       ୨ ଡିଗ୍ରୀ
ଜି.ଉଦୟଗିରି      ୪.୬ ଡିଗ୍ରୀ
ଫୁଲବାଣୀ          ୫ଡିଗ୍ରୀ
ରାଉରକେଲା      ୬.୪ଡିଗ୍ରୀ
ସୁନ୍ଦରଗଡ଼          ୬.୫ଡିଗ୍ରୀ
କୋରାପୁଟ        ୬.୫ଡିଗ୍ରୀ
ଝାରସୁଗୁଡ଼ା       ୬.୬ଡିଗ୍ରୀ
ଦାରିଙ୍ଗବାଡ଼ି      ୬.୭ଡିଗ୍ରୀ
ହାଡ଼ଭଙ୍ଗା ଶୀତରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ପର୍ଯ୍ୟଟକ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି ।