ବିଶ୍ୱରେ ବଢିଲା ଓଡିଶାର ଗୌରବ । ସବୁଜ ଯୋଦ୍ଧା ଭାବେ ସମ୍ମାନୀତ ହେଲେ ଓଡିଆ ଝିଅ ଅଂଶୁପ୍ରଭା ।

ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ଜୈବ ବିବିଧତାର ସଂରକ୍ଷଣ ଓ ନିରନ୍ତର ବିକାଶ ’

831

କନକ ବ୍ୟୁରୋ : ଶ୍ରୀମତୀ ଦାସ ରାଜ୍ୟର ପ୍ରଥମ ସରକାରୀ କର୍ମଚାରୀ ଭାବେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସାତକୋଷିଆ ବ୍ୟାଘ୍ର ସଂରକ୍ଷଣ ଅଧିନ ମହାନଦୀ ବନ୍ୟଜନ୍ତୁ ଡିଭିଜନରେ ସେ ୫ ବର୍ଷ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଏହି ପୁରସ୍କାର କେବଳ ବନ୍ୟଜନ୍ତୁ ଓ ବସତି ସଂରକ୍ଷଣ ଏବଂ ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବା ସଂସ୍ଥାକୁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ଜୈବ ବିବିଧତାର ସଂରକ୍ଷଣ ଓ ନିରନ୍ତର ବିକାଶ ’

ସେହିପରି ଭାରତର ଜୈବ ବିବିଧତା ଓ ପ୍ରମୁଖ ପ୍ରାକୃତିକ ବ୍ୟବସ୍ଥାର ସୁରକ୍ଷା ଲାଗି ସଂକଳ୍ପ ଓ ପାଣିପାଗ ପରିବର୍ତ୍ତନର ପ୍ରଭାବକୁ ଦୂର କରିବା ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ଦେଶରେ ମୋଟ ୮ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ଦାସ ମୁଖ୍ୟତ ବ୍ୟାଘ୍ର ସଂରକ୍ଷଣ ପାଇଁ କାମ କରିଛନ୍ତି । ଏହାସହ ହିଂସ୍ର ଗୋଷ୍ଠୀ ଏବଂ ନକ୍ସଲଙ୍କ ପ୍ରଭାବ ଥିବା ସାତକୋଷିଆ ବ୍ୟାଘ୍ର ସଂରକ୍ଷଣ (ମହାନଦୀ ଡବ୍ଲ୍ୟଏଲ୍ ଡିଭିଜନ) ର ପୁନରୁଦ୍ଧାର ଦିଗରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ବନ୍ୟଜନ୍ତୁଙ୍କ ପ୍ରତି ସ୍ଥାନୀୟ ଗୋଷ୍ଠୀଙ୍କ ସହାୟତାକୁ ପୁନଃସ୍ଥାପିତ କରିବାରେ ତାଙ୍କ ଗୋଷ୍ଠୀ ସଂପର୍କ ଅଭିଯାନ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ।

ଅଂଶୁପ୍ରଜ୍ଞା ହେଉଛନ୍ତି ଜଣେ ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ସୁଲେଖିକା । ନିଜର ଏହି ଦକ୍ଷତା ଗୁଡିକୁ ସେ ରାଜ୍ୟର ବନ୍ୟଜନ୍ତୁ ଓ ଜୈବ ବିବିଧତା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ବ୍ୟବହାର କରିଛନ୍ତି । ତାଙ୍କ ରଚିତ “ଅଭିଫୌନା ଅଫ୍ ସାତକୋଷିଆ, ସାତକୋଷିଆ ସିନ୍ ଆଣ୍ଡ ଅନସିନ୍ ” ପକ୍ଷୀ ପ୍ରେମୀ ମାନଙ୍କ ବିଶେଷ ଭାବେ ଆକର୍ଶଣ କରିଥିଲା । ଏହି ସମ୍ମାନରେ ସମ୍ମାନିତ ହେବା ପରେ ଅଂଶୁପ୍ରଜ୍ଞା କହିଛନ୍ତି କି “ନାଟୱେଷ୍ଟ ଗ୍ରୁପ୍‍ ଆର୍ଥ ହିରୋଜ୍‍ ଆୱାର୍ଡସ୍‍ ୨୦୨୦ ସମାରୋହରେ ଗ୍ରିନ୍‍ ୱରିୟର ପୁରସ୍କାର ବିଜେତା ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ମନେ କରୁଛି। ଓଡ଼ିଶା ସରକାର ଏବଂ ସମସ୍ତ ବରିଷ୍ଠଙ୍କୁ ସହାୟତା ପାଇଁ ଧନ୍ୟବାଦ ଜଣାଉଛି। ଅଂଶୁପ୍ରଜ୍ଞା ଦାସ ଏହି ପୁରସ୍କାର ପାଇବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍‍ କରି ସ୍ୱାଗତ ଜଣାଇଛନ୍ତି।