ଓଡିଶା ପାଇଁ ଗୌରବ ସାଉଣ୍ଟିଲେ ଓଡିଆ ବୈଜ୍ଞାନିକ ବି.କେ ମିଶ୍ର । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ତାଲିକାରେ ପାଇଲେ ସ୍ଥାନ । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଭାରତରୁ ୭ ଜଣ ବୈଜ୍ଞାନିକ ।

169

କନକ ବ୍ୟୁରୋ : ବିଶ୍ୱର ଶ୍ରେଷ୍ଟ ଗବେଷକ ତାଲିକାରେ ସ୍ଥାନ ପାଇଲେ ଓଡିଆ ବୈଜ୍ଞାନିକ । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ ପାଇଥିବା ବିଶ୍ୱର ଶ୍ରେଷ୍ଠ ଗବେଷକଙ୍କ ତାଲିକାରେ ଭାରତର ୭ ଜଣଙ୍କ ନାମ ରହିଛି । ଯାହା ମଧ୍ୟରେ ରହିଛନ୍ତି ଓଡିଶାର ବି.କେ ମିଶ୍ର। ପ୍ରକାଶିତ ତାଲିକାରେ ଦୁଇପ୍ରତିଶତ ଗୋଆର ୩ଟି ପ୍ରମୁଖ ଜାତୀୟ ଅନୁଷ୍ଠାନ ସହିତ ଜଡିତ । ସେମାନଙ୍କ ମଧ୍ୟରେ ଆଇଆଇଟି ଗୋଆର ୩ ଜଣ ବୈଜ୍ଞାନିକ ଥିବା ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି(ଏନଆଇଓ) ୩ ଜଣ ଓ ପରିବେଶବିତ୍ ମାଧବ ଗାଡଗିଲ୍ ରହିଛନ୍ତି । ୨୦୧୯ ପର୍ଯ୍ୟନ୍ତ ଗବେଷଣା ସମୟରେ ଯେଉଁ ବୈଜ୍ଞାନିକ ମାନେ ଗବେଷଣା କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏହି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକ ମାତ୍ର ଓଡିଆ ଭାବେ ସ୍ଥାନ ପାଇଛନ୍ତି ଗୋଆ ଆଇଆଇଟିର ନିର୍ଦ୍ଦେଶକ ବି.କେ ମିଶ୍ର ।
ବି.କେ ମିଶ୍ର ଖଣୀ ଏବଂ ଧାତୁ କ୍ଷେତ୍ରରେ ଗବେଷଣା ପାଇଁ ଏହି ଅନ୍ତର୍ଜାତୀୟ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି । ମେଟାଲିଜ ଓ ପାଉଡର ଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ତାଙ୍କୁ ଏଭଳି ପୁରସ୍କାର ପ୍ରାଦାନ କରାଯିବ । ଏହାକୁ ନେଇ ଶ୍ରୀ ବି.କେ ମିଶ୍ର କହିଛନ୍ତି କି ଶ୍ରେଷ୍ଠ ଦୁଇ ପ୍ରତିଶତ ପ୍ରଦର୍ଶନ କରୁଥିବା ଏତେ ସଂଖ୍ୟକ ଭାରତୀୟଙ୍କୁ ଦେଖିବା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଶ୍ରୀ ମିଶ୍ର ଏହା ପୂର୍ବରୁ ଲୁହାପଥର ଖନନ ଦ୍ୱାରା ଗୋଆର ପରିବେଶ ଉପରେ ପ୍ରଭାବ ଆକଳନ ପାଇଁ ସୁପ୍ରିମକୋଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।
ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ଓେସେନୋଗ୍ରାଫିର ପୂର୍ବତନ ନିର୍ଦ୍ଦେଶକ ଏସ୍.ଡବ୍ଲ୍ୟୁ.ଏ ନକଭି ଓ ଏସ.ଆର ସେଟ୍ଟି । ଏହି ଦୁଇ ବୈଜ୍ଞାନିକ ପାଣିପାଗ ବିଜ୍ଞାନ ଏବଂ ବାୟୁମଣ୍ଡଳ ବିଜ୍ଞାନ ଉପରେ ଗବେଷଣା କରୁଥିଲେ । ସେହିଭଳି ଗୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫିର ଅନ୍ୟଜଣେ ବରିଷ୍ଠ ବୈଜ୍ଞାନିକ ସି.ରଘୁ କୁମାରଙ୍କୁ ସାମୁଦ୍ରିକ ଜୀବ ବିଜ୍ଞାନ ଏବଂ ହାଇଡ୍ରୋବାୟୋଲୋଜି ବର୍ଗରେ ସ୍ଥାନ ମିଳିଛି ।