ଚୋରିରେ ଓଡିଶା ଏକ ନମ୍ବର। ଏନସିଆରବି ରିପୋର୍ଟରେ ଭୟଙ୍କର ତଥ୍ୟ। 

277

କନକ ବ୍ୟୁରୋ: ସାରା ଭାରତରେ ସବୁଠୁ ଅଧିକ ଚୋରି ହେଉଛି ଓଡିଶାରେ । ୨୦୨୧ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ ଭଳି ଜନବହୁଳ ରାଜ୍ୟକୁ ମଧ୍ୟ ଓଡିଶା ଚୋରି ସଂଖ୍ୟାରେ ଟପି ଯାଇଛି । ଅର୍ଥାତ୍ ଦେଶରେ ସବୁଠୁ ଅଧିକ ଚୋରି ହେଉଛି ଓଡିଶାରେ ।

ଏନସିଆରବି ରିପୋର୍ଟ ଅନୁସାରେ 

୨୦୨୧ରେ ଓଡିଶାରୁ ୮୪୭.୫ କୋଟି ଟଙ୍କାର ସଂପତି ଚୋରି ହୋଇଛି    

ଚୋରିର ୫% ଅର୍ଥାତ୍ ୪୩.୧ କୋଟି ଟଙ୍କା ଉଦ୍ଧାର କରିଛି ଓଡିଶା ପୁଲିସ

ଏନସିଆରବି ରିପୋର୍ଟ କହୁଛି, ଓଡିଶାରେ ଚୋରି ସଂଖ୍ୟା ବଢିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୬ରୁ ୨୦୨୦ ମଧ୍ୟରେ ଅର୍ଥାତ୍ ୫ବର୍ଷରେ ଓଡିଶାରେ ଯେତିକି ଟଙ୍କାର ସମ୍ପତି ଚୋରି ହୋଇଛି, ତାହା ଠାରୁ କେବଳ ୨୦୨୧ରେ ୨୧୫ କୋଟିରୁ ଅଧିକ ଟଙ୍କାର ସମ୍ପତି ଚୋରି ହୋଇଛି ।

ସାରା ଦେଶରେ ସର୍ବାଧିକ ଚୋରି ତାଲିକାର ଶୀର୍ଷ ଭଳି ମାନବ ଚାଲାଣ ଅପରାଧରେ ମଧ୍ୟ ଓଡିଶା ଅନ୍ୟ ରାଜ୍ୟଙ୍କ ଠାରୁ ଆଗରେ ଅଛି । ଏନସିଆରବି ରିପୋର୍ଟ ଅନୁସାରେ

୨୦୨୧- ସାରା ଦେଶରେ – ୬ହଜାର ୫୩୩ ମାନବ ଚାଲାଣ ମାମଲା ରୁଜୁ ହୋଇଥିଲା   

୨୦୨୧- ଓଡିଶା – ୧ ହଜାର ୪୭୫ ମାନବ ଚାଲାଣ ମାମଲା ରୁଜୁ ହୋଇଛି 

ଓଡିଶାର ୪୪୪ ଜଣ ମହିଳା ଓ ୪୯୭ ଶିଶୁଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଛି 

୨୦୨୧- ଭାରତରେ ମାନବ ଚାଲାଣ ରାକେଟରୁ ୬ହଜାର ୨୧୩ ଉଦ୍ଧାର ହୋଇଥିଲେ   

ସେମାନଙ୍କ ମଧ୍ୟରେ ଓଡିଶାର ୧ ହଜାର ୨୯୦ ଜଣ ଥିଲେ  । 

ମାନବ ଚାଲାଣ ରାକେଟରୁ ଉଦ୍ଧାର ହୋଇଥିବା ଏକ ହଜାର ୨୯୦ ମଧ୍ୟରୁ ଏକ ହଜାର ୧୮ ଜଣଙ୍କୁ ଦାଦନ ଶ୍ରମିକ ଭାବେ ଖଟାଇବା ପାଇଁ ଚାଲାଣ କରାଯାଇଥିବା କ୍ରାଇମ ଇନ ଇଣ୍ଡିଆ ୨୦୨୧ ରିପୋର୍ଟରୁ ଜଣାପଡିଛି ।