ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି

ସରକାର ସ୍ଥିତି ଉପରେ କଡ଼ା ନଜର

172

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି  । ଭାରତର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ  । ଅକ୍ସିଜେନ, ବେଡ଼, ଆବଶ୍ୟକତା ଅନୁଯାଇ ମେଡ଼ିସିନ୍, ଭେଂଟିଲେଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁମାନେ ବାହାରୁ ଆସିବେ ସେମାନଙ୍କର ସ୍କ୍ରିନିଂ କରାଯାଇ ଆଂଟିଜେନ ଟେଷ୍ଟ କରିବା ଲାଗି ମଧ୍ୟ କୁହାଯାଇଛି । ରାଜ୍ୟରେ ଟିକାକରଣ ବ୍ୟାପକ ଭାବେ ଚାଲିଛି । ଅଟୋ ଡ଼୍ରାଇଭର, ମାଂସ ବିକାଳୀ, ହୋଟେଲ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ । ଟିକା ପାଇଁ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।