ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା । ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର କରି ହାସଲ କଲା କ୍ୱାର୍ଟର ଫାଇନାଲ୍ ଟିକେଟ୍ ।

341

କନକ ବ୍ୟୁରୋ : ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା । ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର କରି କ୍ୱାର୍ଟର ଫାଇନାଲ୍ ଟିକେଟ୍ ହାସଲ କରିଛି ଓଡ଼ିଶା । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଚଳିତ ସିଜିନରେ ଦଳ ମୋଟ୍ ୯ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି ୨ଟି ମ୍ୟାଚ୍ ଡ୍ର ଏବଂ ୨ଟି ମ୍ୟାଚରେ ପରାଜିତ ହୋଇଛି ଓଡ଼ିଶା ।

ଏଲିଟ୍ ଗ୍ରୁପ ସି’ରୁ ଓଡ଼ିଶା କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଥିବା ବେଳେ ଅନ୍ୟ ଦଳ ଭାବେ ଜାମ୍ମୁକାଶ୍ମୀର ମଧ୍ୟ କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରିଂ କରିଛି । ଝାଡଖଣ୍ଡ ବିପକ୍ଷରେ ଓଡ଼ିଶା ଖେଳିଥିବା ନିଜ ନବମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଦଳ । ପ୍ରଥମ ଇନିଂସରେ ଦେବାଶିଷ ସାମନ୍ତରାୟଙ୍କ ଦମଦାର ଶତକ ଏବଂ ଦ୍ୱିତୀୟ ଇନିଂସରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ରୋମାଞ୍ଚକର ଶତକ ହାସଲ କରିଥିଲେ । ମ୍ୟାଚଟି ଡ୍ର ରହିଥିବା ବେଳେ ଦମଦାର ଶତକ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।