ଓଡ଼ିଶା ଖାଉଛି ଅଖାଦ୍ୟ ଚାଉଳ । ଏନେଇ କେନ୍ଦ୍ରୀୟ ଟିମର ଚାଉଳ ଯାଂଚ ରିପୋର୍ଟ ଦାଖଲ ହୋଇଛି । ସମ୍ବଲପୁର ଏବଂ ଟିଟିଲାଗଡ଼ ଡ଼ିଭିଜନର ୯ଟି ଜିଲ୍ଲାରେ କେନ୍ଦ୍ରୀୟ ଟିମ ପକ୍ଷରୁ କରାଯାଇଥିବା ଚାଉଳ ଯାଂଚ ରିପୋର୍ଟ ଆସିଛି । ସଂଗୃହିତ ହୋଇଥିବା ୧୧୨ଟି ଚାଉଳ ନମୁନା ମଧ୍ୟରୁ ୧୦୨ଟି ନମୁନା କେନ୍ଦ୍ରସରକାରଙ୍କ ନିର୍ଦ୍ଧାରିତ ଗୁଣାତ୍ମକମାନର ପରୀକ୍ଷାରେ ଫେଲ ମାରିଛି । ଏଥିରୁ ୩୯ଟି ନମୁନା ଖାଇବା ପାଇଁ ଅନୁପଯୋଗୀ ବୋଲି ଜଣାପଡ଼ିଛି । ୬୩ ପ୍ରତିଶତ ନମୁନା ଖାଇବା ପାଇଁ ଯୋଗ୍ୟ ହେଲେ ମଧ୍ୟ ଏହା ନିମ୍ନମାନର ।
ଏଥିପାଇଁ ଦାୟୀ ୬୦ରୁ ଅଧିକ ମିଲର ଓ ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଟିମ ପକ୍ଷରୁ ସୂୂଚନା ଦିଆଯାଇଛି । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ସୁପାରିସ ହୋଇଛି । ଗତ ଫେବୃୟାରୀରେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇଥିଲା । ଗଠିତ ଟିମ ସମ୍ବଲପୁର , ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର , ନୂଆପଡ଼ା, ଦେବଗଡ଼ , ସୁବର୍ଣ୍ଣପୁର , ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଚାଉଳ ଯାଂଚ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଚାଉଳ ଗୋଦାମର ଚାଉଳ , ରେକର୍ଡ ସହ ଗୋଦାମ ଯାଂଚ କରାଯାଇଥିଲା । ଯାହାକୁ ଦିଲ୍ଲୀ ଠାରେ ଥିବା ପରୀକ୍ଷାଗାରକୁ ପଠାଯାଇଥିଲା । ଦୁଇ ମାସ ପରେ ରିପୋର୍ଟ ଆସିବା ପରେ ଏପରି ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବିଷୟରେ କ’ଣ ପଦକ୍ଷେପ ନିଆଯିବ ତାହା ସ୍ପଷ୍ଟ ହୋଇ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/20.jpg)