ସାରୁଅ ଜମି ଦୁର୍ନୀତି  ମାମଲା । ଓଡିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣୀ ସ୍ଥଗିତ 

75

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ଘଟଣା । ଓଡିଶା ଇନଫ୍ରାଟେକ୍ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣୀ ଘୁଂଚିଲା । ଆସନ୍ତା ୯ ତାରିଖରେ ହେବ ପରବର୍ତୀ ଶୁଣାଣି । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ ଜଜଙ୍କ କୋର୍ଟରେ ହେବାର ଥିଲା । ତେବେ ସାରୁଅ ଜମି ଦୁର୍ନୀତି ଘଟଣାରେ କ୍ରାଇମବ୍ରାଂଚ ପକ୍ଷରୁ ୨୨ ଜଣ ଅଭିଯୋଗକାରୀଙ୍କୁ ସଠିକ୍ ଭାବେ ନୋଟିସ୍ ଯାଇ ପାରିନାହିଁ । ତେଣୁ ଆଜିର ଶୁଣାଣିରେ ବିଳମ୍ବ ହୋଇଛି ।

ଏହି ଘଟଣାରେ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଂଚ । ଦଳିତଙ୍କୁ  ମିଥ୍ୟା ପ୍ରତିଶ୍ରୃତି ଦେଇ  ଓଟିଭି କର୍ତୃପକ୍ଷ ସାରୁଅରୁ ଶାଗମାଛ ଦରରେ ଜମି କିଣିନେଇଛନ୍ତି । ଦଳିତଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରାଯାଇନାହିଁ । ସାରୁଆରେ ଓଟଭି କର୍ତୃପକ୍ଷଙ୍କ ଜମି ହଡପ କରିବା ଫଳରେ ସ୍ଥାନୀୟ ଲୋକେ ନିଜ ଚାଷଜମି ଓ ପୋଖରୀକୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ  କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗିଥିଲା ।