ଜନତା କର୍ଫ୍ୟୁ ଲାଗୁ, କରୋନା ହେବ କାବୁ ! ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ; ରାସ୍ତାଘାଟ ଶୁନଶାନ...ସବୁଠି ଖାଲି ନିରବତାର ରାଜୁତି

Advertisment
ଜନତା କର୍ଫ୍ୟୁ ଲାଗୁ, କରୋନା ହେବ କାବୁ ! ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ; ରାସ୍ତାଘାଟ ଶୁନଶାନ...ସବୁଠି ଖାଲି ନିରବତାର ରାଜୁତି

କନକ ବ୍ୟୁରୋ: କରୋନାକୁ କାବୁ କରିବାକୁ ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନତା କର୍ଫ୍ୟୁ । ନିଜେ ନିଜକୁ ବନ୍ଦୀ କରିଛନ୍ତି ଜନତା । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି। ସାରା ରାଜ୍ୟ ଶୁନଶାନ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ଏହାକୁ ସମର୍ଥନ କରିଛନ୍ତି। ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି।

କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର ।ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe