ଗରିବ ତାଲିକାରେ ୯ ନମ୍ବରରେ ଓଡିଶା । ରାଜ୍ୟରେ ୩ ଜଣରେ ଜଣେ ଗରିବ । ୧୬ ଜିଲ୍ଲାରେ ଦାରିଦ୍ର୍ୟର ହାର ଉତ୍କଟ ।

Advertisment
ଗରିବ ତାଲିକାରେ ୯ ନମ୍ବରରେ ଓଡିଶା । ରାଜ୍ୟରେ ୩ ଜଣରେ ଜଣେ ଗରିବ । ୧୬ ଜିଲ୍ଲାରେ ଦାରିଦ୍ର୍ୟର ହାର ଉତ୍କଟ ।

କନକ ବ୍ୟୁରୋ: ଦାରିଦ୍ର୍ୟ ଦୂରୀକରଣ ପାଇଁ ଗଣ୍ଡା ଗଣ୍ଡା ଯୋଜନା ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି, ହେଲେ ସତରେ କେତେ ହଟିଛି ଦାରିଦ୍ର୍ୟ ? ନୀତି ଆୟୋଗର ରିପୋର୍ଟରରୁ ଆସିଛି ଚିନ୍ତାଜନକ ତଥ୍ୟ । ଓଡ଼ିଶାରେ ୩ ଜଣରେ ଜଣେ ଗରିବ । ରାଜ୍ୟର ୧୬ ଜିଲ୍ଲାରେ ଦାରିଦ୍ର୍ୟର ହାର ଉତ୍କଟ । ନୀତି ଆୟୋଗର ରିପୋର୍ଟରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶାରେ ଏବେବି ଗରିବି ଏକ ବଡ଼ ସମସ୍ୟା ହୋଇ ରହିଛି  । ନଜର ପକାନ୍ତୁ ଏହି ତଥ୍ୟ ଉପରେ...

ରାଜ୍ୟରେ ୧୦୦ ଜଣରେ ୨୯ ଜଣ ଦାରିଦ୍ର୍ୟ ସୀମାରେଖା ଭିତରେ

ରାଜ୍ୟର ୧୬ଟି ଜିଲ୍ଲାର ସ୍ଥିତି ଜାତୀୟ ହାର ଠାରୁ ଖରାପ

ଓଡ଼ିଶାରେ ନବରଙ୍ଗପୁର ଜିଲ୍ଲାରେ ଦାରିଦ୍ର୍ୟ ସବୁଠୁ ଉତ୍କଟ

ରାଜ୍ୟରେ ପୁରୀ ଜିଲ୍ଲାରେ ଦାରିଦ୍ର୍ୟ ସର୍ବନିମ୍ନ

ଦାରିଦ୍ର୍ୟ କ୍ଷେତ୍ରରେ ଜାତୀୟ ହାର ୨୫.୦୧ ପ୍ରତିଶତ

ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯ ଦଶମିକ ୩୫ ପ୍ରତିଶତ

ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥିତି ଜାତୀୟ ହାର ଠାରୁ ପଛରେ

ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ନବମ ସ୍ଥାନରେ ରହିଛି

କେରଳରେ ସବୁଠୁ କମ୍ ଗରିବ ଥିବା ବେଳେ ବିହାରରେ ସବୁଠୁ ଅଧିକ ଗରିବ ଅଛନ୍ତି

ଯଦିଓ ରାଜ୍ୟର ଦାରିଦ୍ର୍ୟ ସ୍ଥିତି ଚିନ୍ତାଜନକ, ତେବେ ନୀତି ଆୟୋଗର ପୂର୍ବ ରିପୋର୍ଟ ଅପେକ୍ଷା ଓଡ଼ିଶାର ସ୍ଥିତିରେ ଉନ୍ନତି ଘଟିଛି  । ପୂର୍ବ ରିପୋର୍ଟରେ ରାଜ୍ୟର ଦାରିଦ୍ର୍ୟ ହାର ୩୨. ୫୯ ପ୍ରତିଶତ ଥିଲା ବେଳେ ଏବେ ଏହା ୨୯ ଦଶମିକ ୩୫ ପ୍ରତିଶତକୁ ଖସି ଆସିଛି  । ସେହିପରି ପୂର୍ବ ରିପୋର୍ଟରେ ଓଡ଼ିଶାର ସ୍ଥାନ ଦ୍ୱିତୀୟରେ ଥିବା ବେଳେ ଏଥର  ନବମ ସ୍ଥାନରେ ରହିଛି  । ତେବେ ନୀତି ଆୟୋଗର ଦାରିଦ୍ର୍ୟ ରିପୋର୍ଟ ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଛନ୍ତି  । ଏହି ରିପୋର୍ଟରେ ଇନ୍ଧନ ବ୍ୟବହାର ଓ ପରିମଳ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ବେଳେ ବିଦ୍ୟୁତ୍ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe