ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳରେ ପ୍ୟାଚ୍ ପକାଇବାକୁ ଭୁବନେଶ୍ୱର ପହଁଚିଲେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଦୀର୍ଘ ସମୟ ଧରି ମାନସ ମନ୍ଥନ 

160

କନକ ବ୍ୟୁରୋ : ନୟାଗଡର ପରୀ ପ୍ରସଙ୍ଗରେ କଂଗ୍ରେସ ଦଳ ଭିତରେ ମତଭେଦ ଦେଖାଦେବା ପରେ ଶେଷରେ ସମାଧାନ ପାଇଁ  ଭୁବନେଶ୍ୱରରେ ପହଁଚିଥିଲେ ପ୍ରଭାରୀ । ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନେଇଥିବା ନିଷ୍ପତିକୁ ନେଇ ପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜା । ବିଧାୟକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଫାଟକୁ ସମାଧାନ କରିବା ପାଇଁ କଂଗ୍ରେସ ଭବନରେ ବସିଥିଲା ପାଂଚ ଘଂଟାର ବୈଠକ । ସୂଚନା ଅନୁସାରେ ଏହି ବୈଠକରେ ଅସନ୍ତୁଷ୍ଟ ସୁର ଓ ସାଲୁଜାଙ୍କୁ ବୁଝାଇଥିଲେ ପ୍ରଭାରୀ ।

ପ୍ରଭାରୀ ଓଡିଶା ଆସିବା ପୂର୍ବରୁ ପରୀ ପ୍ରସଙ୍ଗରେ ନରସିଂହଙ୍କ ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ସୁର ଓ ସାଲୁଜାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ଯେଉଁ ଦୁଇ ନେତା ଗଣମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ ସେମାନେ ଆଜି ଏକ ଥିବା କହି ଚାଲିଯାଇଥିଲେ ।

ତେବେ ବିଧାୟକଙ୍କ ଏହି ପରିବର୍ତିତ ଆଚରଣ ପଛର ରହସ୍ୟ ସମସ୍ତଙ୍କୁ ତାଜୁବ କରି ଦେଇଛି । କୁହାଯାଉଛି ପ୍ରଭାରୀଙ୍କ ତାଗିଦ ପରେ ବିଧାୟକମାନେ ପରୀ ପ୍ରସଙ୍ଗରେ ଏକ ହୋଇ ସ୍ୱର ଉଠାଇବାକୁ ନିଷ୍ପତି  ନେଇଛନ୍ତି ।

Comments are closed.